18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶବ୍ରିଟେନ୍‌ରେ ଖାଦ୍ୟ ସଙ୍କଟ; ସାଧାରଣ ଲୋକଙ୍କ ଅଡୁଆ ବଢିବାରେ ଲାଗିଛି

ବ୍ରିଟେନ୍‌ରେ ଖାଦ୍ୟ ସଙ୍କଟ; ସାଧାରଣ ଲୋକଙ୍କ ଅଡୁଆ ବଢିବାରେ ଲାଗିଛି

ଲଣ୍ଡନ : ବ୍ରିଟେନ୍‌ରେ ସାଧାରଣ ଲୋକଙ୍କ ଅଡୁଆ ବଢିବାରେ ଲାଗିଛି । ଲୋକ ଦରଦାମ୍ ବୃଦ୍ଧି ପାଇଁ ଆଗରୁ ଚିନ୍ତାରେ ଥିଲେ । ହେଲେ ଏବେ ଦେଶରେ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି । ସ୍ଥିତି ଏଭଳି ହୋଇଯାଇଛି ଯେ, ଦେଶର ସବୁଠାରୁ ବଡ ସୁପରମାର୍କେଟ, ଟେସ୍କୋ, ଏସଡା, ଏଲ୍ଡି, ମରିସନ୍ କିଛି ଫଳ ଓ ପରିବା ବିକ୍ରି ସୀମିତ କରିଦେଇଛି । ଗୁରୁବାର କୁହାଯାଇଥିଲା ଏଭଳି ଅଭାବ ସ୍ଥିତି ଗତ ଏକ ମାସ ହେବ ଲାଗି ରହିଛି । ଦରଦାମ୍ ବୃଦ୍ଧି ଦେଇ ଗତି କରୁଥିବା ବ୍ରିଟେନ୍ ଏବେ ଖାଦ୍ୟ ସଙ୍କଟର ସାମନା କରୁଛି । ସେଠାରେ ଥିବା ସବୁଠାରୁ ବଡ ସୁପର ମାର୍କେଟ ଟେସ୍କୋ ଓ ଡିସ୍କାଉଣ୍ଟର ଏଲ୍ଡି ପକ୍ଷରୁ ଜାରି ବୟାନ ଅନୁସାରେ, ସେ ପ୍ରତ୍ୟେକ ଗ୍ରାହକଙ୍କୁ ମାତ୍ର ତିନୋଟି ଟମାଟର, ଲଙ୍କା ଓ କାକୁଡି ବିକ୍ରି କରିପାରିବେ । ଆଉ ଏକ ସୁପରମ ମାର୍କେଟ ମଧ୍ୟ ଟମାଟର, ଲଙ୍କା ଓ କାକୁଡି, ବ୍ରକୋଲି, ଫୁଲକୋବି ଆଦି ତିନୋଟି ଲେଖାଏଁ ଜଣେ ଗ୍ରାହକକୁ ବିକ୍ରି କରୁଛନ୍ତି । କେବଳ ଫଳ ଓ ପରିବା ନୁହେଁ ଲୋକମାନେ ଅନ୍ୟ ଖାଦ୍ୟ ପଦାର୍ଥର ଅଭାବ ଅନୁଭବ କରିଛନ୍ତି । ୟୁକେ ସରକାରଙ୍କ କହିବା ଅନୁସାରେ, ଏହି ସଙ୍କଟ ୟୁରୋପ ଓ ଆଫ୍ରିକାରେ ଖରାପ ପାଗ କାରଣରୁ ହୋଇଛି । ସଙ୍କଟର ଅନ୍ୟ ଏକ ବଡ କାରଣ ହେଉଛି ବ୍ରିଟେନ୍ ଓ ନେଦରଲ୍ୟାଣ୍ଡରେ ଗ୍ରୀନ୍ ହାଉସରେ ଚାଷ କରାଯାଇଥିବା ଫସଲଠାରୁ ଅଧିକ ବିଜୁଳିର ମୂଲ୍ୟ କୁହାଯାଉଛି । ଦୁଇ ଦେଶର କୃଷକ ବିଜୁଳିର ଅଧିକ ମୂଲ୍ୟ କାରଣରୁ ଶୀତ ଦିନେ ଫସଲ କରିବାକୁ ଗ୍ରୀନ୍ ହାଉସର ଉପଯୋଗ କମ୍ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking