ମୁମ୍ବାଇ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ୱାମୀ ଦେବୀସିଂହ ଶେଖାୱତଙ୍କ ପରଲୋକ ଘଟିଛି। ଶୁକ୍ରବାର ପୁଣେରେ ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୄଚନା । ସୂଚନା ମୁତାବକ, ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ସକାଳ ୯ଟା ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି।