ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ଓପ୍ନର୍ ଏଲିସା ହିଲିଙ୍କୁ ଡବ୍ଲ୍ୟୁପିଏଲ୍ ଟିମ୍ ୟୁପି ୱାରିୟର୍ସର ନେତୃତ୍ୱ ପ୍ରଦାନ କରାଯାଇଛି । ବୁଧବାର ଟିମ୍ ମ୍ୟାନେଜମେଣ୍ଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମହିଳା କ୍ରିକେଟ୍ରେ ବିଶ୍ୱର ଆକ୍ରମଣାତ୍ମକ ବ୍ୟାଟର୍ଙ୍କ ମଧ୍ୟରେ ଅନ୍ୟତନ ହିଲିଙ୍କୁ ଟିମ୍ ଅକ୍ସନ୍ରେ ୭୦ ଲକ୍ଷ ଟଙ୍କାରେ କିଣିଥିଲା । ୟୁପି ୱାରିୟର୍ସରେ ହିଲିଙ୍କ ବ୍ୟତୀତ ୧୧ ଘରୋଇ ଏବଂ ୬ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ଟିମ୍ ନିଜର ପ୍ରଥମ ମ୍ୟାଚ୍ ଗୁଜରାଟ ଜାଏଣ୍ଟ୍ସ ବିପକ୍ଷରେ ମାର୍ଚ୍ଚ ୫ ତାରିଖରେ ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ଖେଳିବ ।
କ୍ୟାପ୍ଟେନ୍ ନିଯୁକ୍ତ ହେବାପରେ ହିଲି କହିଛନ୍ତି ମୁମ୍ବାଇରେ ଖେଳାଯିବାକୁ ଥିବା ଡବ୍ଲ୍ୟୁପିଏଲ୍ର ପ୍ରଥମ ସଂସ୍କରଣକୁ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି ଡବ୍ଲ୍ୟୁପିଏଲ୍ ଏପରି ଏକ ଟୁର୍ଣ୍ଣାମେଣ୍ଟ୍ ଯାହାର ଆମେ ସମସ୍ତେ ବ୍ୟଗ୍ରତାର ସହିତ ଅପେକ୍ଷା କରିଛୁ ଏବଂ ୟୁପି ୱାରିୟର୍ସ ପିକଟରେ ଏକ ଉନ୍ନତ ଟିମ୍ ରହିଛି । ଏବେ ଆମକୁ ପଡ଼ିଆରେ ଆମର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଅଛି । ଆମ ପାଖରେ ଏକ ସନ୍ତୁଳିତ ଟିମ୍ ରହିଛି ଏବଂ ଆମେ ଜିତିବା ପାଇଁ ପୂରା ପ୍ରୟାସ କରିବୁ ।