ନୂଆଦିଲ୍ଲୀ: ଦିଲ୍ଲୀରେ ଉବର-ଓଲା ଏବଂ ରାପିଡୋ ବାଇକ୍ ସର୍ଭିସ୍ ଉପରେ ରୋକ୍ ଲଗାଇ ଦିଆଯାଇଛି । ଦିଲ୍ଲୀ ପରିବହନ ବିଭାଗ ଏହି ରାଇଡ୍ ଶେୟାରିଂ କମ୍ପାନୀଙ୍କୁ ତତ୍କାର ପ୍ରଭାବରେ ବାଇକ୍ ସର୍ଭିସ୍ ଉପରେ ରୋକ୍ ଲଗାଇବାକୁ କହିଛି । ଏ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନୋଟିସ୍ ମଧ୍ୟ ଜାରି କରାଯାଇଛି । ସରକାରଙ୍କ ଅନୁସାରେ ବାଇକ୍ ସର୍ଭିସ୍ ଯୋଗାଉଥିବା କମ୍ପାନୀଗୁଡ଼ିକ ପରିବହନ ବିଭାଗ ନିୟମ ପାଳନ କରୁନାହାନ୍ତି, ଯାହା ପରେ ସର୍ଭିସ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ଏହି ଆଦେଶ ପାଳନ ନକଲେ କମ୍ପାନୀଗୁଡ଼ିକୁ ୫ ହଜାର ଟଙ୍କା ଜୋରିମାନ କରାଯିବ ବୋଲି କୁହାଯାଉଛି ।