ଭୁବନେଶ୍ୱର:ବିଡିଓଙ୍କ ବୋଲେରୋ ଧକ୍କାରେ ଛଟପଟ ହୋଇ ରାସ୍ତା ଉପରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ। ବୋଲେରୋ ଚକା ତଳେ ଚାପି ହୋଇଗଲା ମୁଣ୍ଡ । ହେଲେ ମାନବିକତା ଦୃଷ୍ଟିରୁ ଅଟକିଲେନି ବିଡିଓ। ଘଟଣାସ୍ଥଳରୁ ଦ୍ରୁତ ଗତିରେ ଗାଡ଼ି ସହ ବିଡିଓ ଚମ୍ପଟ ମାରିଥିବା ବେଳେ ଆଉ ଫୋନ୍ ବି ଉଠାଉ ନାହାନ୍ତି। ଏପରି ଏକ ଅମାନବୀୟ ଘଟଣା ଆଜି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଯାଜପୁର ଗ୍ରାମ ନିକଟରେ ପୋଡୋନି ଛକଠାରେ ଘଟିଛି । ମୃତକ ହେଲେ ସାତମଇଲ ଗ୍ରାମର ୫୦ ବର୍ଷ ବୟସ୍କ ଟି.ପ୍ରଭାକର। ପାରଳାଖେମୁଣ୍ଡରେ ଆଜି ଜିଲ୍ଲାସ୍ତରୀୟ ବିଡିଓଙ୍କ ସମ୍ମିଳନୀ ଚାଲିଛି। ଏହି ସମ୍ମିଳନୀରେ ଜିଲ୍ଲାର ସମସ୍ତ ବିଡିଓ ଯୋଗ ଦେଇଛନ୍ତି। ଏଥିରେ ଯୋଗ ଦେବା ନିମନ୍ତେ ମୋହନା ବିଡିଓ ତପସ୍ୱିନୀ ହାଁସଦା ନିଜ ସରକାରୀ ବୋଲେରୋ ଗାଡ଼ିରେ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲେ।