22.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶକର୍ଣ୍ଣାଟକରେ ଫେସ୍‌ବୁକ୍ ଫଟୋକୁ ନେଇ ବିବାଦ; ମହିଳା ଆଇଏଏସ୍ ଓ ଆଇପିଏସ୍ ଅଫିସର ମୁହାଁମୁହିଁ

କର୍ଣ୍ଣାଟକରେ ଫେସ୍‌ବୁକ୍ ଫଟୋକୁ ନେଇ ବିବାଦ; ମହିଳା ଆଇଏଏସ୍ ଓ ଆଇପିଏସ୍ ଅଫିସର ମୁହାଁମୁହିଁ

ବେଙ୍ଗାଲୁର: ଫେସ୍‌ବୁକ୍‌ରେ ଅପ୍‌ଲୋଡ୍ କରାଯାଇଥିବା ଫଟୋକୁ ନେଇ କର୍ଣ୍ଣାଟକର ଜଣେ ମହିଳା ଆଇଏଏସ୍ ଓ ଜଣେ ଆଇପିଏସ୍ ଅଧିକାରୀ ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି । ଏମାନେ ହେଲେ ଆଇପିଏସ୍ ରୁପା ମୋଦ୍‌ଗିଲ ଏବଂ ଆଇଏଏସ୍ ରୋହିଣୀ ସିନ୍ଦୁରୀ । ସିନ୍ଦୁରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ରୁପା । ରୁପା ଅତୀତରେ ନିଜର କେତେକ ଫଟୋ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍ କରିଥିଲେ । ତେବେ ସିନ୍ଦୁରୀ ଏହି ଫଟୋଗୁଡିକୁ ଅନ୍ୟ ୩ ଜଣ ଆଇଏଏସ୍ ଅଫିସରଙ୍କ ସହ ସେୟାର କରିଛନ୍ତି ବୋଲି ରୁପା ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗ ନେଇ ରୁପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ ମୁଖ୍ୟ ଶାସନ ସଚିବ ବନ୍ଦିତା ଶର୍ମାଙ୍କ ନିକଟରେ ଫେରାଦ ହୋଇଛନ୍ତି । ଅପରପକ୍ଷରେ ସିନ୍ଦୁରୀ ଏଭଳି ଅଭିଯୋଗକୁ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଆକ୍ଷେପ କରିଛନ୍ତି । ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ଏହି ଘଟଣାକୁ ନିନ୍ଦା କରିଥିବାବେଳେ ଉଭୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇଥିବା ଜଣାପଡିଛି । ରୁପା ବର୍ତ୍ତମାନ କର୍ଣ୍ଣାଟକ ହସ୍ତତନ୍ତ କର୍ପୋେରେସନର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିବାବେଳେ ସିନ୍ଦୁରୀ ଦେବୋତ୍ତର କମିଶନରଭାବେ କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking