19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶବିବାହ ପ୍ରତିଶୃତି ଦେଇ ନାବାଳିକା ସହ ଶାରିରୀକ ସର୍ମ୍ପକ.

ବିବାହ ପ୍ରତିଶୃତି ଦେଇ ନାବାଳିକା ସହ ଶାରିରୀକ ସର୍ମ୍ପକ.

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସହରାନପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଜଣେ ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖି ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି। ତେବେ ନାବାଳିକା ଜଣକ ଗର୍ଭବତୀ ହୋଇ ଜଣେ ଶିଶୁକୁ ଜନ୍ମ ଦେବା ପରେ ଯୁବକ ଉକ୍ତ ନବଜାତକକୁ ଜଙ୍ଗଲରେ ଫୋପାଡ଼ି କେଉଁଆଡ଼େ ଫେରାର୍ ହୋଇଯାଇଥିଲା। ପୁଲିସ୍ ଖୋଜାଖୋଜି କରି ଅଭିଯୁକ୍ତକୁ ଗିରଫ କରିବା ପରେ ଜେଲ୍ ପଠାଇ ଦେଇଛି। ପୁଲିସ୍ ଅଭିଯୁକ୍ତକୁ ଗିରଫ କରିବା ସହ ନବଜାତ ଶିଶୁକୁ ହସ୍ପିଟାଲ୍ରେ ଭର୍ତ୍ତି କରାଇଛି। ସେଠାରେ ନବଜାତକର ଚିକିତ୍ସା କରାଯାଉଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ୧୭ ବର୍ଷୀୟା ପୀଡ଼ିତା ଜଣକ ରବିବାର ଦିନ ଉତ୍ତରପ୍ରଦେଶର ଦେବବନ୍ଧ ପୁଲିସ୍ ଥାନାରେ ଅଭିଯୋଗ ଆଣିଥିଲେ। ସେ ତାଙ୍କ ଅଭିଯୋଗରେ କହିଥିଲେ ଯେ ସଲ୍ମାନ ନାମକ ବ୍ୟକ୍ତି ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ଫଳରେ ସେ ଏକ ସନ୍ତାନକୁ ଜନ୍ମ ଦେଇ ସାରିଛନ୍ତି। ଅଭିଯୁକ୍ତ ତାଙ୍କ ସନ୍ତାନକୁ ଜଙ୍ଗଲରେ ଫୋପାଡ଼ି କେଉଁ ଆଡ଼େ ଫେରାର୍ ହୋଇ ଯାଇଛନ୍ତି।ପୁଲିସ୍ ସୂଚନା ଦେଇ କହିଛି ଯେ ୪ ଦିନ ପୂର୍ବେ ଜନ୍ମ ହୋଇଥିବା ନବଜାତକକୁ ଫିଙ୍ଗି ଦେଇ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା। ଏବେ ଅଭିଯୁକ୍ତକୁ ଧରାଯାଇଛି। ନବତାଜକକୁ ଜଣେ ଚାଷୀ ପାଇବା ପରେ ଏବେ ହସ୍ପିଟାଲ୍ରେ ଶିଶୁଟିର ଚିକିତ୍ସା ଚାଲିଛି। ନବଜାତ କନ୍ୟାକୁ ଏବେ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking