ଇସଲମାବାଦ: ଧରମ ସଂକଟରେ ଏବେ ଗତି କରୁଛି ପାକିସ୍ତାନ । ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ଖରାପ ହୋଇ ହୋଇ ଚାଲିଛି । ବନ୍ଦ ହୋଇଗଲାଣି ପାକିସ୍ତାନର ବିଭିନ୍ନ ଦୋକାନ,ବଜାର ଇତ୍ୟାଦି । ଦରମା ମିଳୁନଥିବାରୁ କାମକୁ ଯାଉନାହାନ୍ତି କର୍ମଚାରୀ । ପାକିସ୍ତାନରେ ଏବେ କ୍ଷୀର ଲିଟର ୨୫୦ ଟଙ୍କା ଓ ଚିକେନ୍ କେଜି ୭୮୦ ଟଙ୍କା । ପେଟ୍ରୋଲ ଲିଟର ୨୭୨କୁ ଡିଜେଲ୍ ୨୮୦ ଟଙ୍କା । ମୁଦ୍ରାସ୍ପୀତି ଚଳିତ ସପ୍ତାହରେ ପ୍ରାୟ ୪୦ ପ୍ରତିଶତକୁ ବଢ଼ିଛି ।