21.1 C
Bhubaneswar
Sunday, November 24, 2024
Homeଓଡିଶାଆମେରିକା କଂଗ୍ରେସରେ ପ୍ରସ୍ତାବ; ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ

ଆମେରିକା କଂଗ୍ରେସରେ ପ୍ରସ୍ତାବ; ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ

ୱାଶିଂଟନ୍ : ଆମେରିକା ସଂସଦ (କଂଗ୍ରେସ)ରେ ଦୁଇଜଣ ସାଂସଦ ଅରୁଣାଚଳ ପ୍ରଦେଶକୁ ଭାରତର ଅଭିନ୍ନ ଅଙ୍ଗ ଘୋଷଣା କରିବା ନିମନ୍ତେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଏହା ସହିତ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ସ୍ଥିତିରେ ପରିବର୍ତ୍ତନ ପାଇଁ ଚୀନ୍ ଦ୍ୱାରା ସେନା ପ୍ରୟୋଗକୁ ମଧ୍ୟ ଏଥିରେ ନିନ୍ଦା କରାଯାଇଛି । ଏହି ପ୍ରସ୍ତାବରେ ଚୀନ୍ ଆକ୍ରମଣରୁ ବର୍ତ୍ତିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ପାଇଁ ଭାରତ ସରକାରଙ୍କୁ ପ୍ରଶଂସା କରାଯାଇଛି ।

ସୂଚନାଯୋଗ୍ୟ, ଚୀନ୍ ଲଗାତାର ଏହି ସୀମାବର୍ତ୍ତୀ ରାଜ୍ୟକୁ ନିଜର ବୋଲି ଦାବି କରିଆସୁଛି । ଏଠାରେ ଦୁଇ ଦେଶର ସେନା ମଧ୍ୟରେ ବହୁଥର ସଂଘର୍ଷ ମଧ୍ୟ ଘଟିଥିବାର ଖବର ସାମ୍ନାକୁ ଆସିଛି । ଆମେରିକୀୟ ସିନେଟର୍ ଜେଫ୍ ମର୍କଲେ ଓ ବିଲ୍ ହେଗର୍ଟି ମିଳିତ ଭାବେ ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ପ୍ରସ୍ତାବରେ ଅରୁଣାଚଳ ପ୍ରଦେଶକୁ ଭାରତ ଅଭିନ୍ନ ଅଙ୍ଗ ଭାବେ ମାନ୍ୟତା ଦେବା ପାଇଁ ଦାବି କରାଯାଇଛି । ଓରେଗାନ୍‌ର ଡେମୋକ୍ରାଟିକ୍ ସିନେଟର୍ ମର୍କଲେ ଚୀନ୍ ଉପରେ ଆମେରିକା ସଂସଦର କାର୍ଯ୍ୟକାରୀ କମିଶନ୍‌ର ସହ-ଅଧ୍ୟକ୍ଷ ଅଛନ୍ତି । ସେହିପରି ହେଗର୍ଟି ଜାପାନରେ ଆମେରିକାର ରାଜଦୂତ ଥିଲେ । ଦୁଇ ସାଂସଦ ଆମେରିକୀୟ ସଂସଦର ବିଦେଶ ସମ୍ବନ୍ଧିତ କମିଟି (ଏସ୍‌ଏଫ୍‌ଆର୍‌ସି)ର ସଦସ୍ୟ ଅଛନ୍ତି । ଆମେରିକା କଂଗ୍ରେସରେ ଉପସ୍ଥାପିତ ପ୍ରସ୍ତାବର ଶୀର୍ଷକ ‘ଅରୁଣାଚଳ ପ୍ରଦେଶକୁ ଭାରତର ଅଭିନ୍ନ ଅଙ୍ଗ କରିବା ଏବଂ ଦକ୍ଷିଣ ଏସିଆରେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ଉସୁକାଇବାକୁ ନିନ୍ଦା କରିବା’ ରଖାଯାଇଛି ।

ଏହାକୁ ଏସ୍‌ଏଫ୍‌ଆର୍‌ସିକୁ ପଠାଯାଇଛି । ଯଦି ଏହା ଉପରେ ଅଧ୍ୟକ୍ଷ ବବ୍ ମେନେଣ୍ଡଜ୍ ଆପତ୍ତି ନଜଣାନ୍ତି ଏବଂ କମିଟି ମାଧ୍ୟମରେ ଯାଏ, ତେବେ ଆଇନରେ ପରିଣତ କରିବା ନିମନ୍ତେ ଏହାକୁ ସଂସଦରେ ପେସ୍ କରାଯାଇପାରେ । ଅବଶ୍ୟ ସଂକଳ୍ପର ପ୍ରସ୍ତାବନା କେତେକ କାରଣରୁ ଏକ ଶକ୍ତିଶାଳୀନ ପ୍ରତୀକାତ୍ମକ ବାର୍ତ୍ତା ହୋଇଥାଏ । ଆମେରିକାର ସରକାର ଆଧିକାରିକ ଭାବେ ଅରୁଣାଚଳକୁ ଭାରତର ଅଂଶ ଭାବେ ମାନ୍ୟତା ଦେଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking