ଭୁବନେଶ୍ୱର: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା (ପ୍ରିଲିମ/ମୁଖ୍ୟ) ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା କୋଚିଂ ଦିଆଯିବ । ଏଥର ୨୦୦ ସିଭିଲ ସର୍ଭିସ ଆଶାୟୀଙ୍କୁ ମାଗଣା କୋଚିଂ ଦିଆଯିବ । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଏହି ୨୦୦ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ଏଥିପାଇଁ ମାର୍ଚ୍ଚ ୨୬ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।
ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ଷ୍ଟେଟ ସିଲେକ୍ସନ ବୋର୍ଡ ଏହି ପ୍ରବେଶିକା ପରୀକ୍ଷା ପରିଚାଳନା କରିବ । ଏହି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଷ୍ଟେଟ ସିଲେକ୍ସନ ବୋର୍ଡକୁ ଚିଠି ଲେଖାଯାଇଛି । ପରୀକ୍ଷା କିପରି ହେବ ସେ ନେଇ ଗାଇଡଲାଇନ ମଧ୍ୟ ପ୍ରସ୍ତୁତ ହେଇଛି । ପ୍ରବେଶିକା ପରୀକ୍ଷା ପାଇଁ ଶନିବାର ଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ୧୬ତାରିଖରୁ ଆଡ଼ମିଟ କାର୍ଡ ଡାଉନଲୋଡ କରିବେ ।
୨୬ରେ ପରୀକ୍ଷା ଅନୁଷ୍ଠିତ ହେବ । ୨ଘଣ୍ଟା ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷାରେ ଅବଜେକ୍ଟିଭ ପ୍ରଶ୍ନ ପଡ଼ିବ । ଏହି ପରୀକ୍ଷାରେ ଯେଉଁମାନେ ମନୋନୀତ ହେବେ, ସେମାନେ ସରକାରଙ୍କ ଠାରୁ ମାଗଣା ସିଭିଲ ସର୍ଭିସ କୋଚିଂ ପାଇବେ ।