31.1 C
Bhubaneswar
Friday, October 18, 2024
Homeଅପରାଧପାଳିତା ମା’ର ବର୍ବରକାଣ୍ଡ: ୭ ବର୍ଷର ଝିଅର କାଟିଦେଲା ଜିଭ

ପାଳିତା ମା’ର ବର୍ବରକାଣ୍ଡ: ୭ ବର୍ଷର ଝିଅର କାଟିଦେଲା ଜିଭ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଏକ ହୃଦୟଥରା ଘଟଣା । ଘଟଣା ତ ନୁହେଁ ଜଣେ ମହିଳାଙ୍କ ନିଷ୍ଠୁରତାର ଉଦାହରଣ । ରାଜଧାନୀ ଦିଲ୍ଲୀର ଅ।।ରକେ ପୁରମ ଇଲାକାରେ ଜଣେ ମହିଳା ୭ ବର୍ଷ ଶିଶୁ ସହ ଯେଉଁଭଳି ଅମାନବୀୟ ବ୍ୟବହାର ଦେଖାଇଛନ୍ତି ତାହା ଶୁଣିଲେ ମନରେ ଅନେକ ପ୍ରଶ୍ନ ଆସିବ, ଜଣେ ମହିଳା ଏତେ ନିଷ୍ଠୁର ହୋଇପାରେ? ପୋଲିସ ଉକ୍ତ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରିବା ପରେ ପୋଲିସ ସେମାନଙ୍କୁ ରିମାଣ୍ଡରେ ନେଇଛି । ଅଭିଯୁକ୍ତ ମହିଳା ଜଣେ ନର୍ସ । ତାଙ୍କ ନାଁ ରେଣୁ କୁମାରୀ । ସେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ କାମ କରନ୍ତି । ସୂଚନା ଅନୁଯାୟୀ, ରେଣୁ ନାମକ ଜଣେ ଛୋଟ ଝିଅକୁ ପୋଷ୍ୟକନ୍ୟା ଭାବେ ରଖିଥିଲେ । ହେଲେ ନିଜ ଝିଅ ପରି ରଖି ନ ଥିଲେ । ଝିଅକୁ ଖୁବ ମାରପିଟ କରନ୍ତି । ରେଣୁ ସମ୍ପର୍କରେ ଝିଅର ପିଇସୀ ହେବେ । ଝିଆରୀ ଜାନୀକୁ ପୋଷ୍ୟକନ୍ୟା କରି ଘରେ ରଖିଥିଲେ ।

ମାରପିଟ ଅଭିଯୋଗରେ ପୋଲିସ ରେଣୁଙ୍କ ପୁଅକୁ ବି ପୂର୍ବରୁ ଗିରଫ କରିଥିଲା । ଝିଅର ମେଡିକାଲ ରିପୋର୍ଟ ଅନୁସାରେ ତା’ ପିଠିରେ ୧୮ରୁ ଅଧିକ ଆଘାତର ଚିହ୍ନ ରହିଛି । ଏପରିକି ପୁରୁଣା ଆଘାତଗୁଡିକ ଆହୁରି ଗଭୀର ହୋଇଯାଇଥିବା ଦେଖିବାକୁ ମିଳିଛି । ଏସବୁ ଆଘାତ ଚିହ୍ନକୁ ପ୍ରଥମେ ଝିଅଟିର ସ୍କୁଲ ଶିକ୍ଷକ ଦେଖିଥିଲେ । ଝିଅଟି ପ୍ରଥମ ଶ୍ରେଣୀରେ ପଢେ । ପିଇସୀ ତାକୁ କୋଳକୁ ନେବା ପରେ ଖୁବ ମାରପିଟ କରନ୍ତି । ଡିସେମ୍ବର ଓ ଜାନୁଆରୀ ମାସର ଥଣ୍ଡାରେ ଖାଲି ଦେହରେ ବାଲକୋନୀରେ ଶୁଆଇ ଦିଅନ୍ତି । ଜଳନ୍ତା କୋଇଲା ଉପରେ ତାକୁ ପକାଇ ଦିଅନ୍ତି । ଛୁରରେ ତାର ଜିଭକୁ କାଟି ଦିଅନ୍ତି । ସେତିକି ନୁହେଁ, ଗରମ ପାତ୍ର ଉପରେ ଜବରଦସ୍ତ ବସାଇ ଦିଅନ୍ତି । ଆଉ ମାଡ ତ ପ୍ରତିଦିନ ଦିଅନ୍ତି । ନିଜ ଝିଆରୀକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରି କାହିଁକି ତାକୁ ଏତେ ଦଣ୍ଡ ଦିଅନ୍ତି ଜଣା ନାହିଁ । କିନ୍ତୁ ତାଙ୍କର ଏହି ବର୍ବର କାଣ୍ଡ ସାମ୍ନାକୁ ଆସିବା ପରେ ପୋଲିସ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking