ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଜ୍ଜା । ଜନ୍ମଦିନ ପାର୍ଟିରେ ଡ୍ୟାନ୍ସରକୁ ଗଣଦୁଷ୍କର୍ମ ଅଭିଯୋଗ । ଏପରି ଲଜ୍ଜା ଜନକ ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ୬ ଅଭିଯୁକ୍ତ । ଉତ୍ତରପ୍ରଦେଶର ଉନ୍ନାଓରେ ଏପରି ଘଟଣା ଘଟିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ବର୍ତ୍ତମାନ କୌଣସି ଅଭିଯୁକ୍ତକୁ ପୋଲିସ ଗିରଫ କରିନାହିଁ । ସୂଚନା ଅନୁଯାୟୀ, ଏକ ବ୍ୟବସାୟୀ ତାଙ୍କ ଜନ୍ମଦିନ ପାର୍ଟି ଗତକାଲି ଆୟୋଜନ କରିଥିଲେ । ଏନେଇ ତିନି ଜଣ ମହିଳା ଡ୍ୟାନ୍ସରଙ୍କୁ ୬୦୦୦ଟଙ୍କା ଦେଇ ଡ୍ୟାନ୍ସ କରିବାକୁ ଡକାଇଥିଲେ । ତେବେ ବ୍ୟବସାୟୀ ଜଣଙ୍କ କିଛି ସମୟ ପାଇଁ ବାହାରକୁ ଯାଇଥିବା ବେଳେ ତିନି ଜଣ ଯୁବକ ଜଣେ ଡ୍ୟାନ୍ସରଙ୍କୁ ଏକ ଗାଡିରେ ଅପହରଣ କରି ଏକ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ଉକ୍ତ ଯୁବତୀ ଜଣଙ୍କୁ ଗଣଦୁଷ୍କର୍ମ କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।