22.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶବାହାଘର ବେଳେ ବରକୁ ଛାଡି ପ୍ରେମିକ ସହ ଫେରାର ହେଲା କନ୍ୟା

ବାହାଘର ବେଳେ ବରକୁ ଛାଡି ପ୍ରେମିକ ସହ ଫେରାର ହେଲା କନ୍ୟା

ବଲାଙ୍ଗୀର: ଧୂମଧାମରେ ଆୟୋଜିତ ହୋଇଥିଲା ବିବାହ । ଆକର୍ଷଣୀୟରେ ବେଦୀରେ ପଡିଥିଲା ହାତଗଣ୍ଠି । ଦୁହେଁ ସାତଜନ୍ମର ସାଥି ହେବା ପାଇଁ ସଂକଳ୍ପ ମଧ୍ୟ ନେଲେ । ହେଲେ ବୁଝିଲାନି ମନ । ପ୍ରେମ ରୋକିପାରିଲାନି ବନ୍ଧବାଡ । ବାଧା ସାଜିଲାନି ବିବାହ । ସ୍ୱାମୀ ଭାବିଥିବା ସ୍ତ୍ରୀକୁ ନେଇ ଘରକୁ ଯିବ । ହେଲେ ବିଦାୟୀ ପୂର୍ବରୁ ବରକୁ ଛାଡି ପ୍ରେମିକ ସହ ଫେରାର ହୋଇଗଲେ କନ୍ୟା । ବଲାଙ୍ଗୀର ଜିଲ୍ଲା ବ୍ରାହ୍ମଣୀପଡାରୁ ଆସିଛି ଏଭଳି ଅଭିଯୋଗ। ତେବେ ବିବାହରେ ଅନେକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏବେ ଭାଙ୍ଗି ପଡିଥିବା କଥା କହିଛନ୍ତି ବର । ଅଭିଯୋଗ ଅନୁସାରେ, ବଲାଙ୍ଗୀର ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦ ପୁର ଗ୍ରାମର ପ୍ରେମ କୁମାର ମାଝୀଙ୍କ ସହ ବଲାଙ୍ଗୀର ବ୍ରାହ୍ମଣ ପଡ଼ାର ସୁରେନ୍ଦ୍ର ମହକୁଡଙ୍କ ଝିଅ ଲିଜା ମହାକୁଡଙ୍କ ସହିତ ବିବାହ ଠିକ୍ ହୋଇଥିଲା । ରୀତିନୀତି ଅନୁସାରେ ଗୁରୁବାର ରାତିରେ କନ୍ୟାର ବାସଭବନରେ ବିବାହ ଅନୁଷ୍ଠିତ ହୋଇଥିଲା । ତେବେ କନ୍ୟା ପକ୍ଷ ଲୋକେ ଭବ୍ୟ ଭୋଜିର ମଧ୍ୟ ଆୟୋଜନ କରିଥିଲେ । ବରଯାତ୍ରୀ ମଧ୍ୟ ଖୁସିରେ ଖୁବ ନାଚିନାଚି ଆସିଥିଲେ । ତେବେ ହସଖୁସିରେ ଶଙ୍ଖନାଦରେ ବିବାହ ଅନୁଷ୍ଠିତ ହୋଇଥିଲା । କନ୍ୟା ବରଙ୍କ ହାତ ଗଣ୍ଠି ମଧ୍ୟ ପଡିଥିଲା ।

ଦୁହେଁ ସାତଫେରା ନେବା ସହ ସାତଜନ୍ମର ସାଥି ହେବା ପାଇଁ କଥା ଦେଇଥିଲେ । ତେବେ ବାକିଥିଲା କେବଳ ବିଦାୟ । ହେଲେ ବିଦାୟୀ ସମୟରେ ପ୍ରେମକୁ ଛାଡି ପ୍ରେମିକ ସହ ଚମ୍ପଟ ମାରିଲା କନ୍ୟା । ସେପଟେ ଉଭୟ କନ୍ୟା ପକ୍ଷ ଓ ବର ପକ୍ଷ ଏଥିରେ ଲୋକ ହସା ହେବା ସହ ଆର୍ôଥକ ଓ ସାମାଜିକ କ୍ଷତି ସହିଥିବା କଥା କହିଛନ୍ତି । ଏହାସହ ଉଭୟେ ବଲାଙ୍ଗୀର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏନେଇ ବର ପ୍ରେମ କୁମାର ମାଝୀ କହିଛନ୍ତି, “ରୀତିନୀତିରେ ବିବାହ ହୋଇଥିଲା । ମୁଁ ଝିଅକୁ ସିନ୍ଦୁର ପିନ୍ଧାଇବା ସହ ସାତଫେରା ନେଇ ବିବାହ କରିଥିଲି । କିନ୍ତୁ ବିଦାୟୀ ବେଳକୁ ଜଣାପଡିଲା କନ୍ୟା ପ୍ରେମିକ ସହ ଫେରାର ହୋଇଯାଇଛି । ବିବାହ ପାଇଁ ଆମେ ସୁନା ଅଳଙ୍କାର ସହିତ ଭୋଜି ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ । ଶେଷରେ କନ୍ୟା ଏଭଳି କରିବା ଯୋଗୁଁ ଆମେ ଭାଙ୍ଗିପଡିଛୁ । ଏନେଇ ଆମେ ପୋଲିସ ପାଖରେ ଅଭିଯୋଗ କରିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking