32.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶସୁକେଶ ଚନ୍ଦ୍ରଶେଖର ପୁଣି ଗିରଫ

ସୁକେଶ ଚନ୍ଦ୍ରଶେଖର ପୁଣି ଗିରଫ

ନୂଆଦିଲ୍ଲୀ: ମନ୍‌ି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କୁଖ୍ୟାତ ଠକ ସୁକେଶ ଚନ୍ଦଶେଖରଙ୍କୁ ଗୁରୁବାର ପୁଣି ଗିରଫ କରାଯାଇଛି । ଦିଲ୍ଲୀ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସୁକେଶକୁ ୯ ଦିନିଆ ଇଡି ହେପାଜତକୁ ପଠାଯାଇଛି । ବିଶିଷ୍ଟ ବିଲ୍‌ଡର ତଥା ରେଲିଗେୟାର ପ୍ରମୋଟର କମ୍ପାନୀ ମାଲିକ ମାଲବିନ୍ଦର ସିଂହଙ୍କୁ ୩.୫ କୋଟି ଟଙ୍କା ଠକିଥିବା ଅଭିଯୋଗରେ ସୁକେଶ ପୁଣି ଗିରଫ ହୋଇଥିବା ପ୍ରକାଶ ।ଏକ ଅର୍ଥ ହେରଫେର ମାମଲାରେ ମାଲବିନ୍ଦର ବର୍ତ୍ତମାନ ଜେଲରେ ଅଛନ୍ତି ।

ତାଙ୍କୁ ଖଲାସ କରିବା ପ୍ରତିଶ୍ରୁତି ଦେଇ ସୁକେଶ ମାଲବିନ୍ଦରଙ୍କ ପତ୍ନୀଙ୍କ ନିକଟରୁ ୩.୫ କୋଟି ଠକି ନେଇଥିବା କୁହାଯାଇଛି । ସୂଚନାଯୋଗ୍ୟ ମାଲବିନ୍ଦରଙ୍କ ଭାଇ ଶିବେନ୍ଦ୍ର ସିଂହଙ୍କ ପତ୍ନୀ ଅଦିତିଙ୍କୁ ୨ କୋଟି ଠକିଥିବା ଅଭିଯୋଗରେ ଗିରଫ ହୋଇ ସୁକେଶ ବର୍ତ୍ତମାନ ଜେଲରେ କାଳାତିପାତ କରୁଛି । ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍ ଓ ନୋରା ଫତେଇ ପ୍ରମୁଖ ସୁକେଶର ପ୍ରେମଜାଲରେ ଫସି ହଟହଟାର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking