32.1 C
Bhubaneswar
Friday, September 20, 2024
Homeଦେଶ ବିଦେଶପୃଥ୍ୱୀ ଶ’ଙ୍କୁ ଆକ୍ରମଣ ଅଭିଯୋଗ

ପୃଥ୍ୱୀ ଶ’ଙ୍କୁ ଆକ୍ରମଣ ଅଭିଯୋଗ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଯୁବ ଓପନର ପୃଥ୍ୱୀ ଶ’ ଓ ତାଙ୍କର ଜଣେ ବନ୍ଧୁଙ୍କୁ ବୁଧବାର ଜନୈକ ଫ୍ୟାନ୍ କେତେକ ସହଯୋଗୀଙ୍କ ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉକ୍ତ ଫ୍ୟାନ୍‌ଙ୍କ ବ୍ୟତୀତ ଜଣେ ମହିଳା ଓ ସେମାନଙ୍କର ୬ ଜଣ ସାଥୀ ପୃଥ୍ୱୀଙ୍କ ବନ୍ଧୁ ଆଶିଷ ଯାଦବଙ୍କୁ ଆକ୍ରମଣ କରିଥିବା ବେଳେ ସେମାନଙ୍କ ବିରୋଧରେ ଓଶିୱାରା ଥାନା ପୁଲିସ୍ ଆଇପିସି ଧାରା ୧୪୩, ୧୪୮, ୩୮୪ ଓ ୫୦୬ରେ ମାମଲା ଦରଜ କରି ତଦନ୍ତ ଚଳାଇଛି । ବୁଧବାର ରାତିରେ ସାନ୍ତାକ୍ରୁଜ୍ ବିମାନବନ୍ଦର ନିକଟସ୍ଥ ଏକ ହୋଟେଲ୍‌କୁ ଡିନର୍ ପାଇଁ ପୃଥ୍ୱୀ ଓ ତାଙ୍କ ବନ୍ଧୁ ଆଶିଷ ଯାଦବ ଆସିଥିଲେ । ତେବେ ହୋଟେଲ୍ ବାହାରେ ଜଣେ ଫ୍ୟାନ୍ ପୃଥ୍ୱୀଙ୍କ ସହ ସେଲ୍‌ଫି ନେଇଥିଲେ । ପରେ ସେ ଅଧିକ ସେଲ୍‌ଫି ପାଇଁ ଦାବି କରିବାରୁ ଏଥିରେ ପୃଥ୍ୱୀ ଅମଙ୍ଗ ହେବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ହୋଟେଲ୍ ମ୍ୟାନେଜର୍ ହସ୍ତକ୍ଷେପ କରିବା ପରେ ପୃଥ୍ୱୀ ଓ ଆଶିଷ ଡିନର୍ ସାରିଥିଲେ । ତେବେ ସେମାନେ ହୋଟେଲ୍ ବାହାରକୁ ଆସିବା ପରେ ସେଠାରେ ଉକ୍ତ ଫ୍ୟାନ୍ ଜଣକ ବେସ୍ ବଲ୍ ବ୍ୟାଟ୍ ଧରି ଅପେକ୍ଷା କରିଥିବା ଦେଖିବାକୁ ପାଇଥିଲେ । ପୃଥ୍ୱୀ ଓ ଆଶିଷ କାର୍‌ରେ ବସିବା ପରେ ଉକ୍ତ ଫ୍ୟାନ୍ ଜଣକ ବେସ୍‌ବଲ୍‌ରେ କାର୍ କାଚକୁ ଭାଙ୍ଗିଦେଇଥିଲେ । ଏହାପରେ ପୃଥ୍ୱୀ ଅନ୍ୟ ଏକ କାର୍‌ରେ ଚାଲିଯାଇଥିଲେ । ତେବେ ଆଶିଷ ଓଶିୱାରା ଆଡ଼କୁ ଯାଉଥିବା ବେଳେ ତାଙ୍କ କାର୍‌କୁ ୩ଟି ମୋଟର ସାଇକେଲ୍‌ରେ ୬ ଜଣ ଯୁବକ ଏବଂ ଧଳା ରଙ୍ଗର କାର୍‌ରେ ଜଣେ ଯୁବକ ଓ ଜଣେ ଯୁବତୀ ଅନୁସରଣ କରିଥିଲେ ।

ଭୋର୍ ୪ଟା ସମୟରେ ସେମାନେ ଆଶିଷଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ କାର୍‌କୁ ଆକ୍ରମଣ କରିଥିଲେ । ଆଶିଷ ତୁରନ୍ତ ଓଶିୱାରା ପୁଲିସ୍ ଷ୍ଟେସନ୍‌ରେ ପହଞ୍ଚି ଏକ ମାମଲା ଦାଏର୍ କରିଥିଲେ । ଆକ୍ରମଣକାରୀଙ୍କ ମଧ୍ୟରେ ସାମିଲ୍ ଥିବା ଯୁବତୀ ଜଣକ ଆଶିଷଙ୍କୁ ୫୦ ହଜାର ଟଙ୍କା ନ ଦେଲେ ତାଙ୍କ ବିରୋଧରେ ଜାଲ୍ ମାମଲା କରିବେ ବୋଲି ମଧ୍ୟ ଧମକ ଦେଇଥିବା ପୁଲିସ୍ କହିଛି । ଅଭିଯୁକ୍ତମାନଙ୍କ ଆକ୍ରମଣରେ ଆଶିଷଙ୍କ କାର୍‌ର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking