27.1 C
Bhubaneswar
Friday, September 20, 2024
Homeଓଡିଶାପ୍ରଫେସର ଦମ୍ପତି ହତ୍ୟା ମାମଲା, ୪ ଅଭିଯୁକ୍ତ ନିର୍ଦ୍ଦୋଷ

ପ୍ରଫେସର ଦମ୍ପତି ହତ୍ୟା ମାମଲା, ୪ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବଡ଼ଖେମୁଣ୍ଡି ସାହିରେ ଅବସରପ୍ରାପ୍ତ ପ୍ରଫେସର ଦମ୍ପତି ହତ୍ୟା ମାମଲାର ଆଜି ଅତିରିକ୍ତ ଜିଲ୍ଲା ଜଜ-୧ ସଂଘମିତ୍ରା ଶର୍ମା ଶୁଣାଣି କରିଥିଲେ । ପ୍ରମାଣ ଅଭାବରୁ ଜଜ୍ ଏହି ମାମଲାର ୪ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତମାନେ ହେଲେ ସ୍ୱରୁପ କୁମାର ପ୍ରଧାନ ତାଙ୍କ ଭଉଣୀ ଭବାନୀ ପ୍ରଧାନ, ପିଣ୍ଟୁ ନାୟକ ଓ ବୁବୁ ମହାନ୍ତି । ମାମଲାର ବିଚାରଣା ବେଳେ ୪୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଅନ୍ୟପକ୍ଷରେ ଉକ୍ତ ମାମଲାରେ ସମ୍ପୃକ୍ତ ଥିବା ଦୁଇ ନାବାଳକ ପୂର୍ବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇସାରିଛନ୍ତି । ସୂଚନାଯୋଗ୍ୟ ଯେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବଡ଼ଖେମୁଣ୍ଡି ସାହିରେ ଅବସରପ୍ରାପ୍ତ ପ୍ରଫେସର ଦମ୍ପତ୍ତି ଗୋପାଳକୃଷ୍ଣ ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ କମଳା ପାଣିଗ୍ରାହୀ ରହୁଥିଲେ ।

ଗୋପାଳକୃଷ୍ଣଙ୍କ ପୁଅ ବାହାରେ କାମ କରି ରହୁଥିବା ବେଳେ ତାଙ୍କ ଝିଅ ଭୁବନେଶ୍ୱରରେ ରହୁଥିଲେ । ଯାହାଫଳରେ ପଡୋଶୀ ଘରେ ରହୁଥିବା ଜଣେ ନାବାଳକ ଉପରେ ଉଭୟ ଦମ୍ପତ୍ତି ନିର୍ଭର କରୁଥିଲେ । ଗତ ୨୦୧୨ ଫେବୃଆରୀ ୨ ତାରିଖ ସକାଳେ ଉପରୋକ୍ତ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା । ପ୍ରଫେସରଙ୍କ ଘରେ ଥିବା ଟଙ୍କା ଓ ସୁନା ଗହଣା ଲୂଟ ଉଦ୍ୟେଶ୍ୟରେ ଅପରାଧୀମାନେ ଏହି ହତ୍ୟା କାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ପୁଲିସ ମୃତ ଦମ୍ପତ୍ତିଙ୍କ ପଡୋଶୀ ଘରେ ରହୁଥିବା ନାବାଳକଙ୍କୁ ପ୍ରଥମେ ସନ୍ଧେହରେ ଧରିବା ପରେ ଘଟଣାର ରହସ୍ୟ ଉନ୍ମୋଚନ ହୋଇଥିଲା । ପରେ ପୁଲିସ ଏହି ଘଟଣାରେ ହତ୍ୟା ଅଭିଯୁକ୍ତ ସ୍ୱରୂପ ପ୍ରଧାନ, ପିଣ୍ଟୁ ନାୟକ ଓ ବୁବୁ ମହାନ୍ତିଙ୍କୁ ଗିରଫ କରିଥିଲା ।

ସେମାନେ ପ୍ରଫେସର ଦମ୍ପତ୍ତିଙ୍କୁ ହତ୍ୟା ପରେ ତାଙ୍କ ଘରୁ ଲୂଟ କରିନେଇଥିବା ୫୫ ଗ୍ରାମର ସୁନା ଅଳଙ୍କାର ନେଇ ଭୁବନେଶ୍ୱରରେ ରହୁଥିବା ତାଙ୍କ ଭଉଣୀ ଭବାନୀ ପ୍ରଧାନଙ୍କ ଘରେ ରଖିଥିବା ପୁଲିସ ଜେରା ବେଳେ ଜାଣିବାକୁ ପାଇଥିଲା । ପରେ ପୁଲିସ ଉକ୍ତ ସୁନା ଭବାନୀଙ୍କ ଠାରୁ ଉଦ୍ଧାର କରିବା ସହ ତାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ନାବାଳକଙ୍କୁ ଜେଜେବିରେ ହାଜର କରିବା କୋର୍ଟ ନିର୍ଦ୍ଦେଶରେ ସେମାନଙ୍କୁ ବାଳସୁଧାର ଗୃହକୁ ସ୍ଥାନାନ୍ତର କରିଥିଲା । ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଥାନାଧିକାରୀ ଦୀପକ କୁମାର ମିଶ୍ର କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । କିଛି ବର୍ଷ ପରେ ୪ ଜଣ ଅଭିଯୁକ୍ତ ଜାମିନ ପାଇଥିଲେ । ଆଜି କୋର୍ଟ ଉକ୍ତ ମାମଲାର ଶୁଣାଣି କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଜଜ୍ ଉପରୋକ୍ତ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶରେ ଖଲାସ କରିଛନ୍ତି । ସରକାରଙ୍କ ପକ୍ଷରୁ ଏପିପି ଜ୍ଞାନ ଜେନା ଓ ମୁଦୁଲାଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌?ଜୀବୀ କିଶୋର ବିଷୋୟୀ, ନିର୍ମଳ ସହି, ସରୋଜ ଗୌଡ଼ ଓ ଅନିଲ ପାଢୀ ମକଦ୍ଦମା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking