28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶପାକିସ୍ତାନର ବିଭାଜନ ହୋଇପାରେ : ଇମ୍ରାନଙ୍କ ଆଶଙ୍କା

ପାକିସ୍ତାନର ବିଭାଜନ ହୋଇପାରେ : ଇମ୍ରାନଙ୍କ ଆଶଙ୍କା

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଇନସାଫ ପାର୍ଟି (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ୍ ପାକିସ୍ତାନର ବିଭାଜନ ହୋଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି । ଇମ୍ରାନ୍ ଖାନ୍ ଗୁରୁବାର ଏକ ରେଡିଓ ସାକ୍ଷାତକାରରେ ଏଭଳି ଚିନ୍ତା ପ୍ରକଟ କରି କହିଛନ୍ତି, ‘ପାକିସ୍ତାନ ଏପରିସ୍ଥାନକୁ ଖସୁଛି ଯେ ଏହା ସମସ୍ତଙ୍କ ହାତରୁ ଚାଲିଯିବ । ଯେତେବେଳେ ଅର୍ଥନୈତିକ ସଙ୍କଟ ଦେଖାଦେଇଥିଲା, ସେତେବେଳେ ସୋଭିଏତ ୟୁନିୟନ ବିଶ୍ୱର ମହାଶକ୍ତି ଥିଲା, ଏହା ମଧ୍ୟ ଭାଙ୍ଗି ଯାଇଥିଲା ।

ଆମେରିକୀୟ କୂଟନୀତିଜ୍ଞ ଡୋନାଲ୍ଡ ଲୁ ଏବଂ ପାକିସ୍ତାନସେନାର ପୂର୍ବତନ ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି । ଡୋନାଲ୍ଡ ଲୁ ଆମେରିକାର ଦକ୍ଷିଣ ଏବଂ ମଧ୍ୟ ଏସୀୟ ବ୍ୟାପାର ବିଭାଗର ଉପସଚିବ ଅଛନ୍ତି । ଇମ୍ରାନ ଖାନ ଏହି ପୋଡକାଷ୍ଟ ସାକ୍ଷାତକାରରେ କହିଛନ୍ତି, ‘ଡୋନାଲ୍ଡ ଲୁ କହିଥିଲେ ଯେ ଯଦି ଇମ୍ରାନ ଖାନଙ୍କୁ ହଟା ନଯାଏ, ତେବେ ଫଳାଫଳ ପାକିସ୍ତାନ ପାଇଁ ଭଲ ହେବ ନାହିଁ । ଜେନେରାଲ ବାଜୱା ମୋ ବିରୋଧରେ ପ୍ରଚାର କରିବା ପାଇଁ ହୁସେନ ହକ୍କାନିଙ୍କୁ ନିଯୁକ୍ତ କରିଥିଲେ ଏବଂ ଏହି ଧମକ କେବଳ ବାଜୱାଙ୍କ ନିର୍ଦ୍ଦେଶରେ ଦିଆଯାଇଥିଲା । ସୂଚନାଯୋଗ୍ୟ, ପାକିସ୍ତାନ ଏବେ ଭୟଙ୍କର ଆର୍ôଥକ ସଂକଟର ସମ୍ମୁଖୀନ ହେଉଛି । ଏହା ସହିତ ଦେଶ ଆଭ୍ୟନ୍ତରୀଣ ସୁରକ୍ଷା ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking