27.1 C
Bhubaneswar
Sunday, September 29, 2024
Homeଓଡିଶାଦେଖିକି ଚାଲ, ନ ହେଲେ ମଲ!; ମରଣଯନ୍ତା ମାଷ୍ଟରକ୍ୟାଣ୍ଟିନ୍‌, ଅପରାଧିଙ୍କ କଣ୍ଟ୍ରୋଲରେ ଷ୍ଟେସନ

ଦେଖିକି ଚାଲ, ନ ହେଲେ ମଲ!; ମରଣଯନ୍ତା ମାଷ୍ଟରକ୍ୟାଣ୍ଟିନ୍‌, ଅପରାଧିଙ୍କ କଣ୍ଟ୍ରୋଲରେ ଷ୍ଟେସନ

ଭୁବନେଶ୍ୱର: ରାଜ୍ୟ ସର୍ବବୃହତ ରେଳ ଷ୍ଟେନସ ସାମ୍ନା ମାଷ୍ଟରକ୍ୟାଣ୍ଟିନ ଛକ ଏବେ ଅପରାଧିଙ୍କ କବଜାରେ । ପ୍ରତ୍ୟେକ ଦିନ ଏଠି କୌଣସି ନା କୌଣସି ଅପରାଧ ସଂଗଠିତ ହେଉଛି । ଚୋରି, ପକେଟମାର ଏବଂ ନିଶା କାରବାର ଠାରୁ ଆରମ୍ଭ କରି ଦେହ ବ୍ୟବସାୟ ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନ ଛକ ପାଇଁ ଏହା ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି । ଅପରାଧିଙ୍କୁ ପୁଲିସ ବାହାରେ ଖୋଜୁଥିଲା ବେଳେ ବହୁ ସଂଖ୍ୟାରେ ଅପରାଧି ରାତି ହେଲେ ନିୟମିତ ମାଷ୍ଟରକ୍ୟାଣ୍ଟିନ ଛକରେ ଆଡ୍ଡା ଜମାଉଛନ୍ତି । ହେଲେ କମିଶନରେଟ୍ ପୁଲିସ ସବୁ ଦେଖି କଣ ପାଇଁ ଆଖି ବୁଜି ଦେଉଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ନା ଅଛି ସୁରକ୍ଷା ବ୍ୟବସ୍ଥା ନ ଜଗୁଛନ୍ତି ସ୍ଥାୟୀ ସୁରକ୍ଷା କର୍ମୀ । ଭଗବାନଙ୍କ ଭରସାରେ ଚାଲିଛି ଏଠାକାର ଆଇନ୍ ବ୍ୟବସ୍ଥା । ଯାହାଫଳରେ ଯାତ୍ରୀ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପୁଲିସର ବେପରୁଆ ମନୋଭାବ ଯୋଗୁ ରାଜ୍ୟର ଛବି ଖରାପ ହୋଉଛି । ବିଳମ୍ବିତ ରାତିରେ ଏତେବଡ ଷ୍ଟେସନ ଆଗରେ ଜଣେ କନେଷ୍ଟବଳଙ୍କୁ ବି ଦେଖିବାକୁ ମିଳୁନାହିଁ ।

ରେଳ ଷ୍ଟେସନ ଦେହ ବ୍ୟବସାୟର ପ୍ରାଣକେନ୍ଦ୍ର ପାଲଟିଛି
ଷ୍ଟେସନରୁ ବାହାରିବା ମାତ୍ରେ ୩ଟି ରାସ୍ତା ରହିଛି । ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡ ସାମ୍ନା ରାସ୍ତାରେ କିନ୍ନର ଆଡ୍ଡା ଜମାଉଛନ୍ତି । ସାଇକେଲ ଷ୍ଟାଣ୍ଡ ମଝି ରାସ୍ତା ଏବଂ ଷ୍ଟେସନରୁ ବାହାରିଲେ ଡାହାଣପାଖ ହୋଟେଲ ଗୁଡିକ ଥିବା ରାସ୍ତା ଦେହଜୀବୀଙ୍କ କବଜାକୁ ଚାଲିଯାଇଛି । ରାସ୍ତା କଢରେ ଏଠାରେ ଦେହଜୀବୀ ଛିଡା ହେଉଛନ୍ତି । ବାଟରେ ଯାଉଥିବା ଲୋକଙ୍କ ଦେହଜୀବୀମାନେ ହାତ ଠାରି ଡାକୁଛନ୍ତି । ନିଜ ରେଟ୍ କହୁଛନ୍ତି । ଏଥିପାଇଁ ମୁଲଚାଲ ହେଉଛି । ଦେହଜୀବୀଙ୍କୁ ନେବା ପାଇଁ ଦାମୀ କାର ଲାଗୁଛି । ଦେହ ଦଲାଲମାନେ ମୁଲଚାଲ କରୁଛନ୍ତି । ପରେ ଏମାନେ ରାଜଧାନୀର ବିଭିନ୍ନ ସ୍ଥାନକୁ ଯାଉଛନ୍ତି । ଏପରିକି ଗଳି ରାସ୍ତା ଏବଂ କ୍ୟାବିନ କଢରେ ବି ସେକ୍ସ ରାକେଟ ଚାଲୁଛି ।

ବେଆଇନ୍ ନିଶା ବେପାରୀ ସମ୍ପୂର୍ଣ୍ଣ ସକ୍ରୀୟ
ମାଷ୍ଟରକ୍ୟାଣ୍ଟିନ ରାଜଧାନୀର ଏକ ମାତ୍ର ସ୍ଥାନ ଯେଉଁଠି ମଦ, ଗଞ୍ଜେଇ ଏବଂ ବ୍ରାଉନ୍‌ସୁଗାର ଠାରୁ ଆରମ୍ଭ କରି ସବୁ ପ୍ରକାର ବେଆଇନ୍ ନିଶା କାରବାର ହୋଉଛି । ଆଉ ସବୁ ଠାରୁ ବଡ କଥା ହେଉଛି ଏସବୁ ଖୁଲମ୍‌ଖୁଲା ହେଉଛି । ନିଶା ବେପାରିଙ୍କ କାହାରିକୁ ଖାତିର ନାହିଁ। ପିସିଆର ଭ୍ୟାନ ଲୋକ ଦେଖାଣିଆ ଭାବେ ଆସି ଚାଲି ଯାଉଛି । ଲାଗୁଛି ଯେପରି ପୁଲିସକୁ ପ୍ରେତ୍ସାହନ ଦେଉଛି । ପୁଲିସ ଘେରା ମାରିବା ଦେଷ ଛଡାଇବ ଭଳି ଲାଗୁଛି ।

ଷ୍ଟେସନକୁ ଜଗୁଛି ୩ ଥାନା, ରାତିରେ ଜଣେ ବି ପୋଲିସ ଦେଖାଯାଉ ନାହାନ୍ତି
ଷ୍ଟେସନ ଏବଂ ମାଷ୍ଟରକ୍ୟାଣ୍ଟିନ ଛକ ୩ଟି ଥାନା ଅଧିନରେ ଆସୁଛି । କମିଶନରେଟ ପୁଲିସ ଖାରବେଳନଗର ଏବଂ କ୍ୟାପିଟାଲ ଥାନା ମାଷ୍ଟକ୍ୟାଣ୍ଟିନ ଦାୟୀତ୍ୱରେ ରହିଛି । ଏହା ସହ ଜିଆରପିର ମଧ୍ୟ ନେଟ୍‌ୱାର୍କ କାମ କରୁଛି । ହେଲେ ରାତି ହେଲେ ଷ୍ଟେସନ ସାମ୍ନାରେ ଜଣେ ବି ପୁଲିସ କର୍ମଚାରୀ ରହୁ ନାହାନ୍ତି । ଦେଶର ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ଷ୍ଟେସନ ଦିଲ୍ଲୀ, ବମ୍ବେ, ଚେନ୍ନେଇ, କଲିକତା ବାଙ୍ଗାଲୋର ଆଦିରେ ନିୟମିତ ବ୍ଲକିଂ ହେଉଛି । ଷ୍ଟେସନ ସାମ୍ନାରେ କିଛି ନ ହେଲେ ମଧ୍ୟ ଏକ ପିସିଆର ସବୁ ସମୟ ପାଇଁ ଛିଢା ହେଉଥିବା ଦେଖିବାକୁ ମିଳୁଛି । ହେଲେ ଭୁବନେଶ୍ୱର ରେଳ ଷ୍ଟେସନ ସାମ୍ନାରେ ରାତି ହେଲେ ଜଣେ କନେଷ୍ଟେବଳଙ୍କୁ ବି ଦେଖିବାକୁ ମିଳୁ ନାହିଁ । ପୁଲିସର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ କହିଛନ୍ତି ସ୍ଥାୟୀ ପୁଲିସ ଡିପ୍ଲଏମେଣ୍ଟ ଏକ ମାତ୍ର ସମାଧାନ । ପୁଲିସ ସବୁ ସମୟରେ ଠିଆ ହେଲେ ଅପରାଧିଙ୍କ ଡର ହେବ ହେଲେ କଣ ପାଇଁ କମିଶନରେଟ୍ ପୁଲିସ ଏକ ସମ୍ବେଦନଶୀଳ ସ୍ଥାନକୁ ଏଭଳି ଫୁଙ୍ଗୁଳା ଛାଡି ଦେଉଛି ତାହା ଜଣାପଡୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking