ନୂଆଦିଲ୍ଲୀ: ସିବିଆଇ ଅଧିକାରୀମାନେ ସୋମବାର ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କୁ ତିହାର ଜେଲ ପରିସରରେ ଜେରା କରିଥିବା ଜଣାପଡିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ପ୍ରସଙ୍ଗରେ ସିବିଆଇ ପକ୍ଷରୁ ସତ୍ୟେନ୍ଦ୍ରଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା । ସୂଚନାଯୋଗ୍ୟ ମନି ଲଣ୍ଡରିଂ ମାମଲାରେ ଗତବର୍ଷ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ସତ୍ୟେନ୍ଦ୍ର ବର୍ତ୍ତମାନ ତିହାର ଜେଲରେ କଏଦୀ ଜୀବନ ବିତାଉଛନ୍ତି । ତେବେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସତ୍ୟେନ୍ଦ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇନାହିଁ ।