22.1 C
Bhubaneswar
Friday, November 29, 2024
Homeଅପରାଧହସ୍ପିଟାଲର ସ୍କାନିଂ ରୁମ୍‌ରେ ଫୁଟିଲା ଗୁଳି; ଚାଲିଗଲା ପୁଅର ଜୀବନ

ହସ୍ପିଟାଲର ସ୍କାନିଂ ରୁମ୍‌ରେ ଫୁଟିଲା ଗୁଳି; ଚାଲିଗଲା ପୁଅର ଜୀବନ

ବ୍ରାଜିଲ: ହସ୍ପିଟାଲର ସ୍କାନିଂ ରୁମ୍‌ରେ ଫୁଟିଲା ଗୁଳି । ଚାଲିଗଲା ପୁଅର ଜୀବନ । ମା’ଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପୁଅ । ହେଲେ ବନ୍ଧୁକରୁ ଗୁଳି ଫୁଟି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ବର୍ତ୍ତମାନ ଘଟଣାକୁ ନେଇ ତଦନ୍ତ ଜାରି ରହଛି । ସୂଚନା ମୁତାବକ ପୁଅ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ଜାନୁଆରୀ ୧୬ ତାରିଖରେ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ସ୍କାନିଂର ଆବଶ୍ୟକ ଥିବା ଡାକ୍ତର ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ମା’ଙ୍କୁ ସ୍କାନିଂ ରୁମ୍‌କୁ ନିଆଯାଇଥିଲା । ସ୍କାନିଂ ରୁମ୍‌କୁ ନେବା ପୂର୍ବରୁ ସେଠାରେ ସମସ୍ତ ଧାତୁ ବା ଅଳଙ୍କାର ଗୁଡ଼ିକୁ ବାହାର କରିଦିଆଯାଇଥିଲା ।

ହେଲେ ପୁଅ ସ୍କାନିଂ ରୁମ୍‌ରେ ପ୍ରବେଶ କରିବା ବେଳେ ତାଙ୍କ ନିକଟରେ ଏକ ବନ୍ଧୁକ ରହିଯାଇଥିଲା । ସ୍କାନିଂ ରୁମ୍‌ଟି ଚୁମ୍ବକୀୟ କ୍ଷେତ୍ର ହୋଇଥିବାରୁ ସେଠାରେ ବନ୍ଧୁକଟି ପୁଅ ପେଟରେ ଫୁଟିଯାଇଥିଲା । ଏଭଳି ଅସାବଧାନତା କାରଣରୁ ଏପରି ଘଟିଥିବା କୁହାଯାଉଛି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେସଙ୍ଗେ ଚିକିତ୍ସା କରାଯାଇଥିଲା । ହେଲେ ତାଙ୍କର ମୃତ ହୋଇଛି । ଘଟଣାଟି ବ୍ରାଜିଲର ସାଓ ପାଉଲୋରେ ଥିବା ଲାବ୍ରୋଟେରୀରେ ଘଟିଛି । ସାଓ ଲୁଇଜ୍ ମୋର୍ମ୍ବି ହସ୍ପିଟାଲରେ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ପୋଲିସ ମଧ୍ୟ ତାର ତଦନ୍ତ ଆରମ୍ଭ କରିଛି । ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି କିପରି ମୃତ୍ୟୁ ହେଲା ତାର କାରଣ ପୋଲିସ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking