ଭୁବନେଶ୍ୱର: ତୁର୍କୀର ଭୟଙ୍କର ଭୂମିକମ୍ପରେ ହଜାର ହଜାର ଜୀବନ ମାଟି ତଳେ ଚାପି ହୋଇଯାଇଛି । ମଲବରେ ଲଗାତାର ରେସ୍କ୍ୟୁ ଅପରେସନ ଜାରି ରହିଥିବା ବେଳେ ଏକ ବଡ ଖବର ସାମନାକୁ ଆସିଛି । ଭାରତର ଏନଡିଆରଏଫ ଟିମ ଏହି ଅପରେସନ ବଳରେ ଏକ ୬ ବର୍ଷର ଝିଅକୁ ଦେଇଛନ୍ତି ନୂଆ ଜୀବନ । ଟିମ୍ IND-11 ଗାଜିଆଣ୍ଟେପ୍ ସହରର ବେରେନରେ ଏକ ଶିଶୁର ଜୀବନ ରକ୍ଷା କରିଛି । ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏ ବିଷୟରେ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ‘ଆମେ ଆମର ଘଊଜୠ ପାଇଁ ଗର୍ବିତ’ ।
Proud of our NDRF.
In the rescue operations in Türkiye, Team IND-11 saved the life of a six-year-old girl, Beren, in Gaziantep city.
Under the guidance of PM @narendramodi, we are committed to making @NDRFHQ the world’s leading disaster response force. #OperationDost pic.twitter.com/NfvGZB24uK
— Amit Shah (@AmitShah) February 9, 2023
ସୂଚନା ଅନୁସାରେ, ତୁର୍କୀ ଏବଂ ସିରିୟା ସହରରେ ହୋଇଥିବା ଭୟଙ୍କା ଭୂକମ୍ପରେ ୧୫ ହଜାରରୁ ଅଧିକ ଲୋକଙ୍କ ଜୀବନହାନି ଘଟିଥିବା ରେକର୍ଡ ହୋଇଛି । ଏହାବ୍ୟତୀତ ଅନେକ ଲୋକ ଏବେ ବି ମଲବେ ତଳେ ଦାବି ହୋଇ ରହିଛନ୍ତି । ତେବେ ତୁର୍କୀର ଏଭଳି ଏକ ପରିସ୍ଥିତିରେ ଭାରତ ସହାୟତାର ହାତ ବଢାଇଛି । ଭାରତ ତରଫରୁ ଅପରେସନ ପାଇଁ ରେସ୍କ୍ୟୁ ଟିମ ମୁତୟନ କରାଯାଇଛି ।