20.1 C
Bhubaneswar
Friday, November 22, 2024
Homeଦେଶ ବିଦେଶମୋର୍ବି ଝୁଲାପୋଲ ଦୁର୍ଘଟଣା ମାମଲା: ଜେଲ୍ ଗଲେ ଓରେଭା ଗ୍ରୁପ୍ ମାଲିକ

ମୋର୍ବି ଝୁଲାପୋଲ ଦୁର୍ଘଟଣା ମାମଲା: ଜେଲ୍ ଗଲେ ଓରେଭା ଗ୍ରୁପ୍ ମାଲିକ

ମୋର୍ବି : ଗୁଜରାଟର ମୋର୍ବି ସହରରେ ଗତ ଅକ୍ଟୋବରରେ ଘଟିଥିବା ଝୁଲାପୋଲ ଦୁର୍ଘଟଣା ମାମଲାରେ ଏହାର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ସମ୍ଭାଳୁଥିବା ଓରେଭା ଗ୍ରୁପ୍ ମାଲିକ ଜୟସୁଖ ପଟେଲଙ୍କୁ ଜେଲ ପଠାଯାଇଛି । ବୁଧବାର ପଟେଲଙ୍କ ପୁଲିସ ହାଜତ ମିଆଦ ଶେଷ ହେବାପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା । ବିଚାରପତି ତାଙ୍କର ଜାମିନ ଆବେଦନକୁ ଖାରଜ କରିବା ସହ ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଝୁଲାପୋଲ ଭୁଶୁଡି ପଡିବାରୁ ପ୍ରାୟ ୧୪୫ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଥିଲେ । ଦୁର୍ଘଟଣାପରେ ପଟେଲ ଫେରାର ହୋଇଯାଇଥିଲେ । ତେବେ ୱାରେଣ୍ଟ ଇସ୍ୟୁ ହେବାପରେ ପଟେଲ ଚଳିତବର୍ଷ ଜାନୁଆରୀ ୩୧ରେ ଆତ୍ମସମର୍ପଣ କରିଥିଲେ । ଫେବୃଆରୀ ୧ରେ ଗିରଫ କରାଯିବାପରେ ପୁଲିସ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking