ନୋଇଡା: ନୋଇଡ଼ା ପୁଲିସ ଦୁବାଇରୁ ସଞ୍ଚାଳିତ ଏକ ଅନ୍ତର୍ଜାତୀୟ ବେଟିଂ ର୍ୟାକେଟ୍ର ପର୍ଦ୍ଦାଫାସ୍ କରିଛି । ପୁଲିସ ଏହି ର୍ୟାକେଟ୍ର ୧୬ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କୁ ନିକଟରୁ କେତେକ ମୋବାଇଲ୍ ଫୋନ୍, ସିମ୍କାର୍ଡ, ୧୨ ଲ୍ୟାପ୍ଟପ୍, ଏଟିଏମ୍ କାର୍ଡ, ପାସ୍ପୋର୍ଟ ଏବଂ କେତେକ ଜାଲ୍ ଡକ୍ୟୁମଣ୍ଟ୍ ଜବତ କରିଛି ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଡାକ୍ତର ଏବଂ ଶିଳ୍ପପତି ମଧ୍ୟ ସାମିଲ । ଗତ ଦୁଇମାସ ମଧ୍ୟରେ ଅଭିଯୁକ୍ତମାନେ ପ୍ରାୟ ୪୦୦ କୋଟି ଟଙ୍କାର ଟ୍ରାନ୍ଜାକ୍ସନ୍ କରିଥିବା ପୁଲିସ କହିଛି । ଅବଶ୍ୟ ପୁଲିସ ସେମାନଙ୍କ ଆକାଉଣ୍ଟ୍ଗୁଡ଼ିକ ସିଜ୍ କରିଦେଇଛି ।
ଇତିମଧ୍ୟରେ କେତେଜଣ ସେମାନଙ୍କ ଶିକାର ହୋଇଛନ୍ତି, ଅଭିଯୁକ୍ତଙ୍କୁ ଜେରାକରି ପୁଲିସ ତାହା ଜାଣିବାକୁ ଉଦ୍ୟମ ଚଳାଇଛି । ଅନ୍ୟପକ୍ଷରେ ପୁଲିସ ର୍ୟାକେଟ୍ର ମୁଖ୍ୟ ସତେମ ୯ ଜଣଙ୍କ ସନ୍ଧାନରେ ରହିଛି । ପୂରା ମାମଲା ମନି ଲଣ୍ଡରିଂ ଏବଂ ହାୱାଲା ସହ ସମ୍ପୃକ୍ତ ଥିବା ସନ୍ଦେହରେ ନୋଇଡ଼ା ପୁଲିସ ଏନ୍ଆଇଏ ଏବଂ ଇଡି ଏହାର ସୂଚନା ଦେଇଛି ।