ଭୁବନେଶ୍ୱର: ଅଭିନେତା ପିଣ୍ଟୁ ନନ୍ଦ ସିରୋସିସ ରୋଗରେ ପିଢୀତ ଅଛନ୍ତି । ଏଥିପାଇଁ ସେ ଆଇଏଲଭିଏସ ହସ୍ପିଟାଲ ଯାଇ ତାଙ୍କର ଚିକିତ୍ସା କରିବେ । ଏଥିପାଇଁ ସହାୟତାର ହାତ ବଢାଇଛନ୍ତି ଅର୍ଦ୍ଧେନ୍ଦୁ ଦାସ । ପିଣ୍ଟୁଙ୍କ ଘରକୁ ଯାଇ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା କରିଛନ୍ତି ଅର୍ଦ୍ଧେନ୍ଦୁ । ଏଥିପାଇଁ ବହୁତ କଳାକାରମାନେ ଆର୍ଥିକ ସହାୟତା ପାଇଁ ନିଜ ହାତ ବଢାଇଛନ୍ତି । ଏଥିପାଇଁ ଅର୍ଦ୍ଧେନ୍ଦୁଙ୍କ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ ।
ଦିଲ୍ଲୀର ଆଇଏଲଭିଏସ ହସ୍ପିଟାଲରେ ପିଣ୍ଟୁଙ୍କ ଅପରେସନ କରାଯିବ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ କିଡ଼ନୀ ଡୋନର ସ୍ଥିର ହୋଇଛନ୍ତି । ତଥାପି ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି । ବହୁ ଶୁଭେଛୁ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏଣୁ ଅଧିକ ସହାୟତା ପାଇଁ ସେ ନିବେଦନ କରିଛନ୍ତି ।