ଭୁବନେଶ୍ୱର: ୫୦ ଅଗ୍ନିଶମ ସେବା କର୍ମଚାରୀ ପଦବୀ ସୃଷ୍ଟି ପାଇଁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ। ଆଞ୍ଚଳିକ କନେକ୍ଟିଭିଟି ସ୍କିମ୍ (ଆରସିଏସ୍) – UDAN ଯୋଜନାରେ ଚାରୋଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କ ୫୦ଟି ପଦବୀ ସୃଷ୍ଟି ପାଇଁ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଝାରସୁଗୁଡ଼ା, ଉତକେଲା, ରାଉରକେଲା, ଏବଂ ଜୟପୁର ବିମାନବନ୍ଦର ପାଇଁ ଏହି ପଦବୀ ସୃଷ୍ଟି କରାଯିବ।
ଏହି ୫୦ଟି ପୋଷ୍ଟ ମଧ୍ୟରୁ ୯ଟି ଲେଖାଏଁ ପଦବୀ ଉତକେଲା ଏବଂ ଜୟପୁର ବିମାନବନ୍ଦର ପାଇଁ ହୋଇଥିବା ବେଳେ ୧୬ଟି ଲେଖାଏଁ ପଦବୀ ଝାରସୁଗୁଡା ଏବଂ ରାଉରକେଲା ବିମାନବନ୍ଦର ପାଇଁ ହୋଇଥିବା ସୂଚନା ମିଳିଛି।
ପ୍ରକାଶ ଥାଉକି, ନିକଟରେ ରାଜ୍ୟର ତିନୋଟି ପ୍ରମୁଖ ମେଡିକାଲ କଲେଜ କଟକ, ବ୍ରହ୍ମପୁର ଏବଂ ବୁର୍ଲାରେ ଅଗ୍ନିଶମ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଏହା ବ୍ୟତୀତ ଭଦ୍ରକର ତିହିଡି ଏବଂ ଯାଜପୁରର ବାରୁଆନରେ ଆଉ ଦୁଇଟି ଫାୟାର ଷ୍ଟେସନ୍ କାର୍ଯ୍ୟକ୍ଷମ ହୋଇଛି। ୨୦୨୨ ଡିସେମ୍ଵର ମାସରେ ରାଉରକେଲା ବିମାନବନ୍ଦରରେ ୧୬ ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କଲା ବିଜେପି