19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଓଡ଼ିଶାରେ ଏହି ସ୍ଥାନରେ କାଦୁଅରେ ଖେଳ ହୁଏ ହୋଲି

ଓଡ଼ିଶାରେ ଏହି ସ୍ଥାନରେ କାଦୁଅରେ ଖେଳ ହୁଏ ହୋଲି

ଭଦ୍ରକ:  ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ପାଳିତ ହେଉଥିବା ଦୋଳଯାତ୍ରା ତୁଳନାରେ ଭଦ୍ରକର କାଳିମେଘା ମେଳଣରେ ଭିନ୍ନତା ଦେଖିବାକୁ ମିଳିଥାଏ । କାଳିମେଘା ଗ୍ରାମର ମଧ୍ୟଭାଗରେ ଥିବା ଦଧିବାମନ(ବଳରାମ)ଙ୍କ ମନ୍ଦିରରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭକ୍ତଙ୍କ ସହ ପ୍ରଭୂ ବଳରାମ ମେଳଣ ପଡିଆକୁ ଆସନ୍ତି ।

ଏହି ମେଳଣ ଯେମିତି ଭିନ୍ନ ସେମିତି ଏଠାକାର ହୋଲିଖେଳ ମଧ୍ୟ ଅଭିନବ । ଦେଶର ଅନ୍ୟାନ୍ୟ ସ୍ଥାନରେ ରଙ୍ଗ, ଅବିରରେ ହୋଲି ଖେଳାଯାଉଥିଲା ବେଳେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର କାଳିମେଘା ମେଳନ ଦାଣ୍ଡରେ ପଙ୍କ ଓ କାଦୁଅରେ ଲୋକେ ଖେଳନ୍ତି ହୋଲି । ପିଲାଠାରୁ ବୁଢା ଯାଏ ସମସ୍ତେ ଏହି ପଙ୍କ ଓ କାଦୁଅରେ ହୋଲି ଖେଳିବାକୁ ବର୍ଷତମାମ ଅପେକ୍ଷା କରିଥାନ୍ତି ।

ବତିମରା ପଡିଆରୁ ମେଳଣ ପଡିଆ ପର‌୍ୟ୍ୟନ୍ତ ରହିଥିବା ଗାଁଦାଣ୍ଡରେ ଲୋକମାନେ ନିଜ ଗଡ଼ିଆରୁ ପଙ୍କ ଉଠାଇ ଆଣି ଗାଁ ଦାଣ୍ଡରେ ପକାଇଥାନ୍ତି । ଅପରାହ୍ନ ୨ଟାରୁ ୫ଟା ଯାଏ ଚାଲେ କାଦୁଅର ହୋଲି ଖେଳ । ୩୨୨ ବର୍ଷରୁ ଅଧିକ ଦିନ ଧରି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତର କାଳିମେଘା ଠାରେ ଅନୁଷ୍ଠିତ ହୋଇ ଆସୁଥିବା କାଳିମେଘା ମେଲଣ ଭଦ୍ରକ କୁହାଯାଏ । ଏଠାରେ ବ୍ରାହ୍ମଣ ଓ କ୍ଷତ୍ରୀୟମାନଙ୍କର ମିଳନରେ ଆନନ୍ଦ ମିଳୁଥିବାରୁ ରାଧାକୃଷ୍ଣଙ୍କର ମିଳନ ହୋଇ ବୈଷ୍ଣବ ଧର୍ମର ପ୍ରଚାର ହୋଇଆସୁଅଛି ବୋଲି ଲୋକମୁଖରେ ଶୁଣିବାକୁ ମିଳେ ।

ଶୁଣିବାକୁ ମିଳେ ୪ ଶହ ବର୍ଷ ପୂର୍ବେ ଚୌଧୁରୀ ଅଭିମନ୍ୟୁ ମହାପାତ୍ର ନାମକ ଜଣେ ଜମିଦାର ଯାଜପୁର ୩୬ ପାଟକ ଧରି ଏକ ସମୁଦ୍ର ଉପତ୍ୟକା ଓ ବଣୁଆ ଜାଗାରେ ବସତି ସ୍ଥାପନ କରିବାକୁ ଆସିଥିଲେ  । ସେ ସାଥୀରେ ଦେବୀ ଦକ୍ଷୀଣକାଳୀଙ୍କୁ ଆଣିଥିଲେ  । ଗୃହଦେବୀ ଭାବେ କାଳୀ ମଧ୍ୟ ଏଠାରେ ପୂଜା ପାଇ ଆସୁଛନ୍ତି  । ତାଙ୍କ ନାମ ଅନୁସାରେ ସ୍ଥାନଟିକୁ କାଳିମେଘା ରଖାଯାଇଛି  । ଜମିଦାର ଚୌଧୁରୀଙ୍କର
ଏ ଅଞ୍ଚଳରେ ସେତବଳେଥିବା ସାମନ୍ତ ଜମିଦାରମାନଙ୍କ ସହିତ ସଂପର୍କ ହୋଇଥିଲା  । ସାମନ୍ତଙ୍କ ମଧ୍ୟରେ ଡାଂଗମାଳ, ବର୍ତ୍ତମାନର ବିଦ୍ୟାଧରପୁର, ଗୁଡୁପାଳ, ଆରସା, ଝିଙ୍କିରିଆର ସାମନ୍ତମାନଙ୍କୁ ନେଇ ସେ ପ୍ରଥମେ ରଘୁନାଥ, ରାଧାବଲ୍ଲଭ,
ଗୋପୀନାଥଙ୍କର ଦୋଳ ମେଳଣ ଆରମ୍ଭ କରିଥିଲେ  । କାମକ୍ରମେ ଝିଙ୍କିରିଆ, ଶଙ୍ଖିଡା, ହରିପୁର, ଶଙ୍କରପୁର, ନନ୍ଦପୁର, ଆରସା, ବୁଡଙ୍ଗ, ତିହିଡି, ଦୋଳସାହି, ବୁଧୁପୁର, ତାଳପଦା, ଦେଉଳା, ମଙ୍ଗରାଜପୁର, ଗୁଡୁପାଳର ଲୋକମାନେ ଏକାଠି ହୋଇ ଏହି ମେଳଣର ଶୋଭା ବର୍ଦ୍ଧନ କରିଆସୁଛନ୍ତି  ।

ଜନଶ୍ରୁତି ଅନୁସାରେ ୩୦୦ ବର୍ଷ ତଳେ ଏକ କାଷ୍ଠ ନିର୍ମିତ ଜଗନ୍ନାଥଙ୍କ ମୂର୍ତ୍ତିକୁ ନଦୀ ଗର୍ଭରୁ ଶିବା ମାହୁନ୍ତ ନାମକ ଜଣେ ବ୍ୟକ୍ତି ଉଦ୍ଧାର କରି ଚୌଧୁରୀଙ୍କୁ ଦେବାରୁ କାଠ ନିର୍ମିତ ଏକ ମନ୍ଦିରରେ ଜଗନ୍ନାଥଙ୍କୁ ରଖି ପୂଜାର୍ଚନା କରାଯାଇଥିଲା ।
କାଳିମେଘା ଗ୍ରାମରେ ସେହି ମନ୍ଦିର ଏବେ ଦଧିବାବନ ଜୀଉ ମନ୍ଦିର ନାମରେ ନାମିତ  । ବତିମରା ପଦାରେ ଦୋଳ ପୂର୍ଣ୍ଣମୀ ସନ୍ଧ୍ୟାରେ ସବୁ ବିମାନ ଏକତ୍ରିତ ହୋଇ  କ୍ରମାନ୍ୱୟରେ ଶୋଭାଯାତ୍ରାରେ ବାହାରନ୍ତି  । ବାଟରେ ଦଧିବାବନ ଜୀଉଙ୍କ ମନ୍ଦିର ପଡୁଥିବାରୁ ପ୍ରଥା ଅନୁସାରେ କାଳିଆ ଠାକୁର ବଡ ଭାଇ ବଳରାମଙ୍କ ଏହି ମନ୍ଦିର ଚାରିପାଖରେ ୭ ଥର ପରିକ୍ରମା କରି ଭୋଗ ଖାଇ ମେଳଣ ପଡିଆକୁ ବାହାରନ୍ତି
। ମେଳଣ ପଡିଆରେ ସବୁ ବିମାନ ପହଞ୍ଚିବା ବେଳକୁ ଦିନ ୧୦ଟା ହୋଇ ଯାଏ  ।

ଅପରାହ୍ନ ୩ଟା ପର‌୍ୟ୍ୟନ୍ତ ମେଳଣ ଚାଲେ  । ତାପରେ ଦଧିବାବନ ଜୀଉଙ୍କ ବିମାନ ଚିରା ଚରିତ ପ୍ରଥା ଅନୁସାରେ ବାହାରନ୍ତି ମେଳଣ ପଡିଆକୁ  । ଏହି ସମୟରେ ଭକ୍ତମାନଙ୍କର କାଦୁଅର ଫଗୁ ଖେଳ ମେଳଣର ନିଆରାପଣକୁ ସୂଚାଇଥାଏ  । ଦଧିବାବନ ଜୀଉଙ୍କ ବିମାନ  ଆଗରେ ହଜାର ହଜାର ମଣିଷ କାଦୁଅରେ ଫଗୁ ଖେଳି ମେଳଣ ପଡିଆରେ ଜୀଉଙ୍କୁ ପହଞ୍ଚାଇବା ପରେ ମେଳଣ ଭାଙ୍ଗିଥାଏ ।
ଜିଲ୍ଲା କାହିଁକି ସାରା ଓଡିଶାରେ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛି । ବୈଷ୍ଣବ ଧର୍ମର ପ୍ରଚାର ଓ ପ୍ରସାର ଦିଗରେ କାଳିମେଘା ହୋଲି ପର୍ବର ମଧ୍ୟ ଭୂମିକା ରହିଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking