28.1 C
Bhubaneswar
Thursday, September 19, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କିଛି ସୁଖର ମିଶାଣ
କିଛି ଦୁଃଖର ଫେଡାଣ
କିଛି ହସର ଗୁଣନ
କିଛି ଲୁହର ହରଣ
ଏଇ ବୋଧେ ଜୀବନର
ଅସୀମିତ ସମୀକରଣ
ଜୀବନରେ ଠିକ୍ ଭୁଲ୍ ର ହିସାବ କରୁ କରୁ ଜୀବନଟା ସରିଯାଏ ।

ହାରିବା ବୋଲି କିଛି ନାହିଁ ହୁଏତ ଜିତିବ, ନହେଲେ ଶିଖିବ ।
ଅଭିଜ୍ଞତାଟା ହିଁ ଯଥେଷ୍ଟ

ଯିଏ ତୁମର ଖୁସି ପାଇଁ ହାର୍ ମାନିଯାଏ, ତା ପାଖରେ ତୁମେ କେବେବି ଜିତି ପାରିବ ନାହିଁ ।

ମିଛ
ଏଥିପାଇଁ ବିକ୍ରି ହୋଇଯାଏ କାରଣ
ସତ
କିଣିବାର ଔକାତ ସମସ୍ତଙ୍କ ପାଖରେ ନଥାଏ ।

ସଫଳ ବ୍ୟକ୍ତି ସମସ୍ତଙ୍କୁ ସଫଳ ହେବାକୁ ଦେଖିବାକୁ ଚାହାନ୍ତି, କିନ୍ତୁ ଅସଫଳ ବ୍ୟକ୍ତି ସମସ୍ତଙ୍କୁ ଅସଫଳ ହେବାକୁ ଦେଖିବାକୁ ଚାହାନ୍ତି

Simple ମଣିଷ ଆଉ Simple ସମ୍ପର୍କ ସବୁବେଳେ ଭାଙ୍ଗି ଯାଆନ୍ତି, କାହିଁକି ନା ଏଠି Simple ମଣିଷ ଓ ସମ୍ପର୍କ ସମସ୍ତଙ୍କୁ ପସନ୍ଦ ଆସି ନଥାଏ ।

ଅଦ୍ଯ ମକର ଦି୧୭ନ,ନବମୀ ଦ୯।୬ ଦିଘ୧୦।୪,କୃତ୍ତିକା ଦ୪୦।୪୮ ରାଘ୧୦।୪୫,ବୃଷ ଚନ୍ଦ୍ର ଦ୬୦ ନିଶାନ୍ତ.

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମକର ଦ୨/୨୨/୪୦ ଇଂଘ ୬/୨୫/୩୧ ଗତେ ଉଦୟ।
*କର୍କଟ ଦ୨/୫୬/୦ ଇଂଘ୫/୩୨/୪୭ ଗତେ ଅସ୍ତ
*ଯୋଗିନୀ ପୂର୍ବେ । ଦିବା ଘ୧୦।୪ ଗତେ ଉତ୍ତରେ ଯାତ୍ରା ଶୁଭ । ଦିବା ଘ୧୦।୪ ଗତେ ଦେବତାଗଠନ, ନୌକାଗଠନ ଓ ଚାଳନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ ।ରାତ୍ରି ଘ୧୦।୪୫ ଗତେ ରୋହିଣୀ ନକ୍ଷତ୍ରେ ବିବାହ ଓ ପାଣିଗ୍ରହଣ ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧୦।୪୫ ଗତେ ମୃଗଶିରା ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ସ୍ଵାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।ବିଛା ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର ।ଦିବା ଘ୭।୪୭ ଗତେ ଘ୯।୯ ମଧ୍ୟେ କାଳବେଳା । ଘ ୨।୫୦ ଗତେ ଘ୪।୧୨ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨୮ ଗତେ ଘ୧୨।୬ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୧୦।୪୫ ମଧ୍ୟେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୧୦।୪୫ ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ ।ସ୍ଵର୍ଶ ଓ ପୀତ ବସ୍ତ୍ର ଦାନ । ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଲାବୁ(ଲାଉ) ଦିବା ଘ୧୦।୪ ଗତେ କଳମ୍ବୀ( କଳମ ଶାଗ) ଭକ୍ଷଣ ନିଷେଧ
*(ଅମୃତ) – ଦିବା ଘ୮।୧ ମଧ୍ୟେ ଘ୧୧।୧୩ ଗତେ ଘ୧।୩୬ ମଧ୍ୟେ ରାତ୍ରି ଘ୬।୨୨ ଗତେ ଘ୮।୪୬ ମଧ୍ୟେ ଘ୧୧।୧୦ ଗତେ ଘ୨।୨୨ ମଧ୍ୟେ ।(ମାହେନ୍ଦ୍ର) – ଦିବା ଘ୪।୧ ଗତେ ଘ୫।୩୪ ମଧ୍ୟେ
🌹ମେଷ: ଗୁରୁତ୍ବପୂର୍ଣ୍ଣ କଥାବାର୍ତ୍ତାରେ ସଫଳତା ମିଳିପାରେ। ବ୍ୟବସାୟ ଲାଗି ଦିନଟି ଭଲ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

🌹ବୃଷ: ଦୀର୍ଘ ଦିନରୁ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସମାଜରେ ମାନ ସମ୍ମାନ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହୋଇପାରେ।

🌹ମିଥୁନ: ଶୀଘ୍ର ନୂଆ ଦାୟିତ୍ବ ପାଇବେ। ଆପଣଙ୍କ ବିନମ୍ର ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ। ନିକଟ ସ˚ପର୍କିୟଙ୍କ ଠାରୁ ଖୁସି ଖବର ପାଇବେ।

🌹କର୍କଟ: ଅସମ୍ଭବକୁ ସମ୍ଭବ କରିବାର ଶକ୍ତି ମିଳିବ। ପରିବାରରେ ମଧୁରତା ସହିତ ଆତ୍ମବିଶ୍ବାସ ବଢ଼ିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

🌹ସି˚ହ: ଆପଣଙ୍କ ଆଖପାଖରେ ସୁଖଦ ପରିବେଶ ରହିବ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ମାର୍ଗ ଖୋଲିବ। କାରବାରରେ ଲାଭ ହେବ।

🌹କନ୍ୟା: ଆପଣଙ୍କୁ ଆର୍ଥିକ ଲାଭର ଭଲ ସୁଯୋଗ ମିଳିବ। ଅଫିସରେ କାମ ସ˚ପୂର୍ଣ୍ଣ କରିବାରେ ସକ୍ଷମ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

🌹ତୁଳା: ଆପଣଙ୍କ ମନ ଧର୍ମ କାର୍ଯ୍ୟରେ ଲାଗି ରହିବ। ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ।

🌹ବିଛା: ନିଜର ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ। ଗୁରୁତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ପ୍ରସ୍ତାବ ମିଳିବ।

🌹ଧନୁ: ଭାବିଥିବା କାମ ସ˚ପୂର୍ଣ୍ଣ କରିନେବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଚାକିରି ମିଳିବ। ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।

🌹ମକର: ପ୍ରତିଷ୍ଠାରେ ବୃଦ୍ଧି ଲାଗି ସୁଯୋଗ ମିଳିବ। ବ୍ୟବସାୟ ସମ୍ବନ୍ଧରେ ନୂଆ ବିଚାର ଆସିବ। ଚାକିରିଜୀବୀଙ୍କୁ ଭଲ ଖବର ମିଳିବ।

🌹କୁମ୍ଭ: ଅତୀତର କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ଆର୍ଥିକ ମାମଲାରେ ସତର୍କତାର ସହ କାମ କରନ୍ତୁ। ଛାତ୍ରମାନେ ପରିଶ୍ରମର ସୁଫଳ ପାଇବେ।

🌹ମୀନ: ଆପଣଙ୍କର ଇଚ୍ଛା ପୂରଣ ହେବ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ବନ୍ଧୁଙ୍କୁ ସାହାଯ୍ୟ କରିବାର ଅବସର ପାଇବେ। ନୂଆ ବାହନ କିଣିବାର ଯୋଜନା କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking