19.1 C
Bhubaneswar
Sunday, November 24, 2024
Homeମନୋରଞ୍ଜନରାକ୍ଷୀ ସାୱନ୍ତଙ୍କ ମାଆଙ୍କ ଦେହାନ୍ତ, ଦୁଃଖରେ ଭାଙ୍ଗିପଡିଲେ ଅଭିନେତ୍ରୀ

ରାକ୍ଷୀ ସାୱନ୍ତଙ୍କ ମାଆଙ୍କ ଦେହାନ୍ତ, ଦୁଃଖରେ ଭାଙ୍ଗିପଡିଲେ ଅଭିନେତ୍ରୀ

ମୁମ୍ଵାଇ: ରାକ୍ଷୀ ସାୱନ୍ତଙ୍କ ମାଆ ଜୟାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ଦୀର୍ଘ ଦିନ ଧରି ମୁମ୍ବାଇର ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ବ୍ରେନ୍‌ ଟ୍ୟୁମର ପାଇଁ ଚିକିତ୍ସିତ ହେଉଥିଲେ। ରାକ୍ଷୀ ନିଜେ ତାଙ୍କ ମାଙ୍କ ଦେହାନ୍ତ ଖବରକୁ ନିଶ୍ଚିତ କରିଛନ୍ତି।

ଏନେଇ ରାକ୍ଷୀ କହିଛନ୍ତି ତାଙ୍କ ମାଆଙ୍କର ଦେହାନ୍ତ ହୋଇଛି। ସେ କହିଥିଲେ, ‘ମା ଆଉ ନାହାଁନ୍ତି’। ମା’ର ଏକାଧିକ ଅଙ୍ଗ ବିଫଳ ହୋଇଛି ଏବଂ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। କ୍ୟାନସର କିଡନୀ ଏବଂ ଫୁସଫୁସରେ ବ୍ୟାପି ଯାଇଥିଲା। ମାଆଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ରାକ୍ଷୀ ଖୁବ୍‌ କାନ୍ଦୁଥିବାର ନଜର ଆସିଥିଲେ। ମା’ଙ୍କ ମୃତ୍ୟୁ ସମୟରେ ରାକ୍ଷୀ ତାଙ୍କ ସହ ଥିଲେ। କହିବାକୁଗଲେ ଏହା ଜଣା ଯେ ରାକ୍ଷୀଙ୍କ ମା ଜୟା ଗତ ତିନିବର୍ଷ ଧରି କର୍କଟ ରୋଗ ସହ ଲଢେଇ କରୁଥିଲେ। କିନ୍ତୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ବଞ୍ଚାଇପାରି ନଥିଲେ।

ରାକ୍ଷୀ ଗତ କିଛି ଦିନ ହେବ ପ୍ରେମିକ ଆଦିଲ ଖାନଙ୍କ ସହ ତାଙ୍କ ବିବାହ ବିଷୟରେ ଆଲୋଚନାରେ ଥିଲେ। କିଛି ଦିନ ପୂର୍ବରୁ ରାକ୍ଷୀଙ୍କର ଆଦିଲଙ୍କ ସହ ତାଙ୍କ କୋର୍ଟରେ ବିବାହର ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଆରମ୍ଭରେ ଆଦିଲ ତାଙ୍କ ବିବାହକୁ ଅସ୍ୱୀକାର କରୁଥିଲେ, ତା’ପରେ ସେ ରାକ୍ଷୀଙ୍କୁ ବିବାହ କରିଥିବା ମଧ୍ୟ ନିଶ୍ଚିତ କରିଥିଲେ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking