19.1 C
Bhubaneswar
Monday, November 25, 2024
Homeଅପରାଧମନି ଲଣ୍ଡରିଂ ମାମଲାରେ ଟିଏମସି ନେତା ସାକେତ ଗୋଖଲେଙ୍କୁ ଗିରଫ କଲା ଇଡି

ମନି ଲଣ୍ଡରିଂ ମାମଲାରେ ଟିଏମସି ନେତା ସାକେତ ଗୋଖଲେଙ୍କୁ ଗିରଫ କଲା ଇଡି

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମସି) ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି। ସୂତ୍ରରୁ ପ୍ରକାଶ ଯେ ଇଡି, ଗୋଖଲେଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବ। ଦାନ ମାଧ୍ୟମରେ ସଂଗୃହୀତ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଗୋଖଲେଙ୍କୁ ଡିସେମ୍ବର ୩୦, ୨୦୨୨ରେ ଦିଲ୍ଲୀରୁ ଅହମ୍ମଦାବାଦ ସାଇବର କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା। ତାଙ୍କୁ ଆଇପିସି ଧାରା ୪୨୦ (ଠକେଇ), ୪୦୬ (ଅପରାଧିକ ଉଲ୍ଲଂଘନ) ଏବଂ ୪୬୭ (ଜାଲିଆତି) ଅଭିଯୋଗରେ ଗିରଫ କରାଯାଇଛି।

ଏହାପୂର୍ବରୁ ବ୍ରିଜ ଭୁଶୁଡ଼ିବା ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋର୍ବି ଗସ୍ତରେ ଆସିଥିବା ଖର୍ଚ୍ଚ ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରି ଗୋଖଲେଙ୍କୁ ଡିସେମ୍ବର ୬ରେ ସାଇବର କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏହି ମାମଲାରେ ଜାମିନ ପାଇବା ପରେ ତାଙ୍କୁ ପୁଣି ଗିରଫ କରାଯାଇଥିଲା। ସେହି ଦିନଠାରୁ ଗୋଖଲେ ନ୍ୟାୟିକ ହେପାଜତରେ ରହିଥିଲେ। ୨୩ ଜାନୁଆରୀରେ ଗୁଜୁରାଟ ହାଇକୋର୍ଟ ଦାନ ମାଧ୍ୟମରେ ସଂଗୃହୀତ ଅର୍ଥର ଅପବ୍ୟବହାର ଅଭିଯୋଗରେ ଗୋଖଲେଙ୍କୁ ନିୟମିତ ଜାମିନ ଦେବାକୁ ମନା କରିଦେଇଥିଲେ। ହାଇକୋର୍ଟର ଜଷ୍ଟିସ ସମୀର ଦବେ ଗୋଖଲେଙ୍କୁ ଚାର୍ଜସିଟ ଦାଖଲ ହେବା ପରେ କୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ। ଜଷ୍ଟିସ୍ ଦବେ କହିଥିଲେ ଯେ ଚାର୍ଜସିଟ୍ ଦାଖଲ ହେବା ପରେ ହିଁ ଆମେ ଏହି ଆବେଦନ ଉପରେ ବିଚାର କରିବୁ।

ଉଲ୍ଲେଖ ଥାଉ କି ଗୋଖଲେ ଡିସେମ୍ବର ପହିଲାରେ ଟ୍ବିଟ୍ କରି ଦାବି କରିଥିଲେ ଯେ, ଏକ ଆର୍‌ଟିଆଇ ସୂଚନାରୁ ଜଣାପଡ଼ିଛି ମୋର୍ବି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ଫଳରେ ରାଜ୍ୟ ସରକାରଙ୍କୁ ୩୦ କୋଟି ଟଙ୍କାର ବ୍ୟୟଭାର ବହନ କରିବାକୁ ପଡ଼ିଛି, ଯାହା ମୋର୍ବି ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ଦିଆଯାଇଥିବା ମୋଟ କ୍ଷତିପୂରଣ ରାଶିର ୬ ଗୁଣ। ଅର୍ଥାତ୍ ମୋର୍ବି ଦୁର୍ଘଟଣାର କ୍ଷତିଗ୍ରସ୍ତ ପ୍ରାୟ ଦେଢ଼ଶହ ପରିବାରକୁ ମାତ୍ର ୫ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ସରକାର ୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରଙ୍କ ଫ୍ୟାକ୍ଟ-ଚେକ୍ ୟୁନିଟ୍ ସେହିଦିନ ହିଁ ଜାଣିବାକୁ ପାଇଥିଲା ଯେ ଗୋଖଲେଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ସେ ଯେଉଁ ଆର୍‌ଟିଆଇ ସୂଚନାର ଦାବି କରୁଛନ୍ତି ତାହା ନକଲି। ଉକ୍ତ ମିଡ଼ିଆ କ୍ଲିପିଂରେ ଗୋଖଲେ ଯେଉଁ ଫଣ୍ଟ ବ୍ୟବହାର କରି ତାହା ଆର୍‌ଟିଆଇ ସୂତ୍ରରୁ ମିଳିଛି ବୋଲି ଦାବି କରିଛନ୍ତି, ତାହା ବାସ୍ତବରେ ‘ଗୁଜରାଟ ସମାଚାର’ ନାମକ ଖବରକରଗଜର ଫଣ୍ଟ। ଗୁଜରାଟ ସମାଚାର କୌଣସି ଆର୍‌ଟିଆଇ ଆବେଦନ କରି ନ ଥିବା ପ୍ରକାଶ କରିଛି। ସାକେତ ଗୋଖଲେ ନକଲି ଆର୍‌ଟିଆଇ ଦଲିଲ ପ୍ରସ୍ତୁତ କରି ଗୁଜରାଟ ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking