33.1 C
Bhubaneswar
Monday, September 30, 2024
Homeଓଡିଶାଗଞ୍ଜେଇ ଗାଡ଼ିକୁ ପିଛା କରି ପୋଲିସ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଏଏସଆଇ ଆହତ

ଗଞ୍ଜେଇ ଗାଡ଼ିକୁ ପିଛା କରି ପୋଲିସ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଏଏସଆଇ ଆହତ

ମୋହନା  : ଗଞ୍ଜେଇ ଗାଡ଼ିକୁ ପିଛା କରୁଥିବା ପୋଲିସ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । ଓଲଟି ପଡିଲା ପୋଲିସ ଭ୍ୟାନ୍‍ ଏଏସଆଇ ଆହତ l  ଗଜପତି ଜିଲ୍ଲା ମୋହନା ଥାନା କିରତିଂ ଗାଁ ନିକଟରେ ଏଭଳି ଏକ ଘଟଣା ଘଟିଛି lଖବର ଅନୁଯାୟୀ, ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି ଯାଉଥିବା ଖବର ପାଇ ମୋହନା ଥାନା ଏଏସଆଇ ଏଲ ଭି ପ୍ରସାଦ, ଗାଡ଼ି ନେଇ ପିଛା କରିଥିଲେ l ଗଞ୍ଜେଇ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ପୋଲିସ ଗାଡ଼ି ଏହାର ପିଛା କରୁଥିଲା । ତେବେ କିର୍ତିଙ୍ଗ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲ ପୋଲିସ ଭ୍ୟାନ୍ l ଏଥିରେ ଏଏସଆଇ ଏଲ ଭି ପ୍ରସାଦ ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ତୁରନ୍ତ ମୋହନା ମେଡ଼ିକାଲ ଅଣାଯିବା ସହ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଗଞ୍ଜେଇ ଭର୍ତ୍ତିି ଗାଡ଼ି ଘଟଣା ସ୍ଥଳରୁ ଚଂପଟ ମାରିଥିଲା l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking