31.1 C
Bhubaneswar
Monday, September 30, 2024
Homeଦେଶ ବିଦେଶକପିଲ ଦେବଙ୍କ ବଡ଼ ବୟାନ, ଟିମ୍‌ ଇଣ୍ଡିଆର ତିନିଟି ଫର୍ମାଟରେ ରହିବେ ଅଲଗା ଅଲଗା ଟିମ୍‌

କପିଲ ଦେବଙ୍କ ବଡ଼ ବୟାନ, ଟିମ୍‌ ଇଣ୍ଡିଆର ତିନିଟି ଫର୍ମାଟରେ ରହିବେ ଅଲଗା ଅଲଗା ଟିମ୍‌

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ଲୋକପ୍ରିୟ ଖେଳାଳି କପିଲ ଦେବ ଏବେ ରୋକଠୋକ୍‌ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଭାରତ ୧୯୮୩ରେ ବିଶ୍ୱକପ ଜିତିଥିଲା । ଦିନିକିଆ ବିଶ୍ୱକପ୍‌ ୨୦୨୩ର ଆୟୋଜନ ଭାରତରେ ହେବ। ଏଥିପାଇଁ ଟିମ୍‌ ଇଣ୍ଡିଆ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଉ ଏହା ମଧ୍ୟରେ କପିଲ ଦେବଙ୍କ ବୟାନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।

କପିଲ ଦେବ କହିଛନ୍ତି, ଯଦି ଆପଣ ଟିମରେ ଲଗାତାର ପରିବର୍ତ୍ତନ କରୁଛନ୍ତି, ତେବେ ଅନେକ ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳୁଛି । ତେବେ ମୋ ହିସାବରେ ଭବିଷ୍ୟତରେ ଭାରତ ପାଖରେ ଟି-୨୦, ଦିନିକିଆ ଏବଂ ଟେଷ୍ଟ ପାଇଁ ଅଲଗା ଅଲଗା ଟିମ୍‌ ରହିବା ଉଚିତ ।

ସେ ଆହୁରି ମଧ୍ୟ କହିଛନ୍ତି, ଯଦି ପ୍ଲେଇଂ ଇଲେଭେନରେ ଅନେକ ଥର ପରିବର୍ତ୍ତନ କରାଯାଉଛି, ତେବେ ପୂର୍ବ ମ୍ୟାଚର ମ୍ୟାନ ଅଫ ଦ ମ୍ୟାଚ ଖେଳାଳିକୁ ବାଦ୍‌ ଦେବା ଉଚିତ ନୁହେଁ । ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଶତକ ମାରିଥିଲେ । ଏହାପରେ ଦିନିକିଆ ସିରିଜରୁ ଦୁଇଟି ମ୍ୟାଚରୁ ବାଦ୍‌ ଦିଆଯାଇଥିଲା । ସେହିପରି ବାଂଲାଦେଶ ଟୁରରେ କୁଲଦୀପ ଯାଦବଙ୍କ ସହିତ ଏଭଳି କରାଯାଇଥିଲା ।

କପିଲ ଦେବ ପ୍ରଖ୍ୟାତ କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ । ତାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପାଇଁ ୧୩୧ଟି ଟେଷ୍ଟ ମ୍ୟାଚ୍‌ରେ ୫୨୪୮ ରନ୍‌, ୪୩୪ ଓ୍ଵିକେଟ ହାସିଲ କରିଛନ୍ତି। ୨୨୫ଟି ଦିନିକିଆ ମ୍ୟାଚରେ ୨୫୩ ଓ୍ଵିକେଟ ନେଇଛନ୍ତି। ୧୯୮୩ ବିଶ୍ୱକପରେ ମଧ୍ୟରେ ୧୭୫ ରନ୍‌ କରିଥିଲେ ।

ସୂଚନାଯୋଗ୍ୟ, ଟିମ୍‌ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି । ଏହି ସିରିଜରେ ୩ଟି ମ୍ୟାଚ୍‌ ମଧ୍ୟରୁ ଟିମ୍‌ ଇଣ୍ଡିଆ ଦୁଇଟି ମ୍ୟାଚ ଜିତି ୨-୦ରେ ଆଗୁଆ ରହିଛି । ତୃତୀୟ ଦିନିକିଆ ବାକି ରହିଛି। ଭାରତ ଟିମରେ କ୍ଲିନ ସୁଇପ୍‌ କରିବ ସିରିଜ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking