26.1 C
Bhubaneswar
Monday, September 30, 2024
Homeଅପରାଧ୧୩ ବର୍ଷ ପୁଅ କରିଲା ୬ ବର୍ଷ ଝିଅକୁ ବଳତ୍କାର ଆଉ ପରେ .....

୧୩ ବର୍ଷ ପୁଅ କରିଲା ୬ ବର୍ଷ ଝିଅକୁ ବଳତ୍କାର ଆଉ ପରେ …..

ଗାଜିଆବାଦ:ଆଜି କାଲି ସମାଜରେ ଚୋରୀ ଡକାୟତିରେ ବଡ ଲୋକଙ୍କ ତୁଳନାରେ ଛୋଟ ଲୋକମାନେ ସାମିଲ ହେଉଛନ୍ତି ।ଏହା ସହିତ ବହୁ ପ୍ରକାରର ଅପରାଧରେ ସାମିଲ ହେଉଛନ୍ତି । ତେବେ ନାବାଳକ ମାନେ ଡ୍ରଗସ୍ ଠାରୁ ଆରମ୍ଭ କରି ବଳାକ୍ରାର କରିବାକୁ ମଧ୍ୟ ପଛଉ ନାହାନ୍ତି । ସେହିଭଳି ଗାଜିଆବାଦରେ ଜଣେ ୧୩ ବର୍ଷର ବାଳକ ବଳାତ୍କାର ଉଦ୍ୟମକୁ ପ୍ରତିରୋଧ କରିବା ପରେ ଜଣେ ୬ ବର୍ଷର ବାଳିକାକୁ ଇଟାରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଯେତେବେଳେ ଝିଅଟି ବହୁ ରକ୍ତସ୍ରାବ ହେଲା, ବାଳକଟି ନିକଟସ୍ଥ ଟ୍ୟୁବୱେଲରେ ହାତ ଧୋଇ ରକ୍ତ ଜୁଡୁବୁଡୁ ସାର୍ଟ ବଦଳାଇ ସ୍କୁଲ ଯାଇଥିଲା ବୋଲି ପୋଲିସ କହିଛି। ପୋଲିସର ସୂଚନାନୁସାରେ, ଏହି ଛୋଟ ଝିଅଟି ଶନିବାର ସକାଳେ ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା। ପରେ ମୋଦିନଗର ଗ୍ରାମରେ ଥିବା ତାଙ୍କ ଘର ପଛରେ ବୁଦା ଭିତରୁ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଝିଅଟିର ପିତାମାତା ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ, ସେଠାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ ଗାଜିଆବାଦର ଡିସିପି (ଗ୍ରାମୀଣ) ରବି କୁମାର କହିଛନ୍ତି ଯେ ଜଣେ ଗ୍ରାମବାସୀ ତାଙ୍କ ଘରକୁ ପଛପଟରେ ଜଣେ ଝିଅ ଆହତ ଅବସ୍ଥାରେ ପଡ଼ିଥିବାର ସୂଚନା ଦେଇଥିଲେ । ପୋଲିସ ସେଠାରେ ପହଞ୍ଚିବା ବେଳକୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଇଥିଲେ।ଜରୁରୀକାଳୀନ ୱାର୍ଡକୁ ନିଆଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ତାଙ୍କ ମୁହଁ ଓ ମୁଣ୍ଡ ଏକ ଇଟା କିମ୍ବା ପଥରରେ ମାଡ଼ କରାଯାଇଛି। ଶନିବାର ସକାଳେ ଝିଅଟି ସହିତ ଖେଳୁଥିବା ଆଖପାଖର କିଛି ପିଲା ପୋଲିସକୁ କହିଥିଲେ ଯେ ସେ ଭାବିଥିଲେ ସେ ହୁଏତ ଘରକୁ ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking