33.1 C
Bhubaneswar
Sunday, September 29, 2024
Homeମନୋରଞ୍ଜନଆଜି ହାତକୁ ଦୁଇ ହାତ ହେବେ ଷ୍ଟାର କପଲ କେ.ଏଲ ରାହୁଲ ଓ ଆଥିୟା ସେଟ୍ଟୀ

ଆଜି ହାତକୁ ଦୁଇ ହାତ ହେବେ ଷ୍ଟାର କପଲ କେ.ଏଲ ରାହୁଲ ଓ ଆଥିୟା ସେଟ୍ଟୀ

ମୁମ୍ବାଇ : ଆଜି ବହୁଚର୍ଚ୍ଚିତ ଯୋଡି କ୍ରିକେଟର କେ.ଏଲ ରାହୁଲ ଓ ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ବିବାହ। ୨୧ ତାରିଖରୁ ଆରମ୍ଭ ହୋଇଯାଇଛି ବିବାହ ରୀତିନୀତି। ଗତକାଲି ମୁମ୍ବାଇରେ ଆଥିୟାଙ୍କ ଘରେ ମେହେନ୍ଦୀ ଉତ୍ସବ ପାଳନ କରାଯାଇଥିଲା । ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ଫାର୍ମ ହାଉସରେ ବିବାହ ସଂପନ୍ନ ହେବ। ବାହାଘରକୁ କେବଳ ନିକଟ ସଂପର୍କୀୟ ଓ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଛି। ଆଇପିଏଲ ସରିବା ପରେ ଉଭୟଙ୍କ ପକ୍ଷରୁ ଗ୍ରାଣ୍ଡ ରିସେପସନ୍‌ ଦିଆଯିବ ବୋଲି ଜଣାପଡିଛି। ଗତ ୪ବର୍ଷ ଧରି ରିଲେସନସିପ୍‌ରେ ଥିଲେ ରାହୁଲ ଓ ଆଥିୟା।

ତେବେ ଉଭୟ ଖଣ୍ଡାଲାରେ ଥିବା ସୁନିଲ ସେଠୀଙ୍କ ବଙ୍ଗଳାରେ ବିବାହ କରିବେ ବୋଲି ସୂଚନା ମଳିଛି । ତେବେ ମୋଟ ୨୦୦ ଅତିଥି ଏହି ବିବାହ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ରାହୁଲ ଏବଂ ଆଥିୟା ଉଭୟଙ୍କର ଶହେ ଲେଖାଏଁ ଅତିଥି ସାମିଲ ହେବେ । ତେବେ ସାମିଲ ହେବାକୁ ଥିବା ଅତିଥିମାନେ ଏହି ଉତ୍ସବର କୌଣସି ଫଟୋ ଏବଂ ଭିଡିଓ ସେୟାର କରିବାକୁ ଅନୁମତି ଦିଆଯାଇନାହିଁ । ଏପରିକି ଉତ୍ସବକୁ ଯିବା ପୂର୍ବରୁ ସେମାନଙ୍କ ଠାରୁ ତାଙ୍କ ସ୍ମାର୍ଟଫୋନ ରଖିଦିଆଯିବ ବୋଲି ସୂଚନା ମିଳିଛି ।

କହିବାକୁ ଗଲେ ଉଭୟ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ବିବାହ କରିବେ। ଆମି ପଟେଲ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କୁ ବିବାହ ପାଇଁ ପ୍ରସ୍ତୁତ କରିବେ। ଏହା ବ୍ୟତୀତ ଉଭୟଙ୍କ ବିବାହ ପାଇଁ ପୋଷାକ ଚୂଡ଼ାନ୍ତ ହୋଇସାରିଛି। ବିବାହ ପାଇଁ ଅତିଥିମାନଙ୍କର ସମାବେଶ ମଧ୍ୟ ଆରମ୍ଭ ହୋଇଛି। ଯାହାର ଚିତ୍ର ଇଣ୍ଟରନେଟରେ ଭାଇରାଲ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking