28.1 C
Bhubaneswar
Friday, November 22, 2024
Homeଓଡିଶାକ୍ବାର୍ଟର ପାଇଁ ଲଢ଼ିବେ ମାଲେସିଆ-ସ୍ପେନ୍‌

କ୍ବାର୍ଟର ପାଇଁ ଲଢ଼ିବେ ମାଲେସିଆ-ସ୍ପେନ୍‌

ଭୁବନେଶ୍ବର : ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପର ରବିବାର କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ କ୍ରସ ଓଭର ମ୍ୟାଚରେ ମାଲେସିଆ -ସ୍ପେନକୁ ଭେଟିବ। ବିଜୟୀ ଦଳ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବାବେଳେ ପରାଜିତ ଦଳ ବିଦାୟ ନେବ। ଉକ୍ତ ନକ୍‌ଆଉଟ୍‌ ମ୍ୟାଚ ଦୁଇ ଦଳ ପାଇଁ କର ବା ମର ସଦୃଶ ହୋଇଛି। ଦୁଇ ଦଳ ସମ ଦକ୍ଷତାପୂର୍ଣ୍ଣ ହୋଇଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ବିଶ୍ବର ୮ ନମ୍ବର ଦଳ ସ୍ପେନ ପୁଲ-ଡିରେ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୩ ପଏଣ୍ଟ ପାଇ ୩ୟ ସ୍ଥାନ ସହ କ୍ରସ ଓଭର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଦଳ ଭାରତ ବିପକ୍ଷ ପ୍ରଥମ ମ୍ୟାଚରେ ୦-୨ ଗୋଲରେ ପରାଜିତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ୱେଲ୍‌ସକୁ ୫-୧ ଗୋଲରେ ପରାସ୍ତ କରିଥିଲା।

ଅନ୍ତିମ ଲିଗ୍‌ ମ୍ୟାଚରେ ଇଂଲଣ୍ଡ ନିକଟରୁ ୦-୪ ଗୋଲରେ ପରାଜିତ ହୋଇଥିଲା। ଦଳ ପକ୍ଷରୁ ମାର୍କ ରିନେ , ମାର୍ସ ମିରାଲେସ ପ୍ରମୁଖ ଗୋଲ ଦେବାରେ ସଫଳ ହୋଇଛନ୍ତି। ମାଲେସିଆକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପହଞ୍ଚିବା ନେଇ ସ୍ପେନ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଏସୀୟ ଦଳ ମାଲେସିଆ ମଧ୍ୟ କୌଣସି ଗୁଣରେ କମ୍‌ ନୁହେଁ। ଏଫ୍‌ଆଇଏଚ୍‌ ମାନ୍ୟତାର ୧୧ନମ୍ବର ଦଳ ମାଲେସିଆ ପୁଲ-ସି ରେ ସ୍ଥାନ ପାଇଥିଲା। ଦଳ ଚିଲିକୁ ୩-୨ ଓ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିବାବେଳେ ନେଦରଲାଣ୍ଡ୍‌ସ ନିକଟରୁ ୦-୪ ଗୋଲରେ ପରାଜିତ ହୋଇଥିଲା। ଦଳ ପୁଲ ଦ୍ବିତୀୟ ସ୍ଥାନ ସହ କ୍ରସ ଓଭରକୁ ଉନ୍ନୀତ ହୋଇଛି। ୩ଟି ମ୍ୟାଚରୁ ଦଳ ୬ଟି ଗୋଲ ଦେଇଥିବାବେଳେ ୮ଟି ଗୋଲ ବରଣ କରିଛି।

ଜଲିଲ ମାରହାନ୍‌ଙ୍କ ନେତୃତ୍ବାଧିନ ମାଲେସିଆ କ୍ରସ ଓଭରରେ ସ୍ପେନକୁ ପରାସ୍ତ କରିବା ନେଇ ଦୃଢ ଆଶାବାଦୀ ରହିିଛି। ଉଭୟ ଦଳ ବିଶ୍ବକପରେ ପୂର୍ବରୁ ୫ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ସ୍ପେନ ୩ଟି ଓ ମାଲେସିଆ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି। ସ୍ପେନ ୧୧ଟି ଓ ମାଲେସିଆ ୬ଟି ଗୋଲ ସ୍କୋର କରିଛି। ୧୯୭୫ ବିଶ୍ବକପରେ ଉଭୟ ଦଳ ପ୍ରଥମ ଥର ପାଇଁ ମୁହଁାମୁହିଁ ହୋଇଥିଲେ। ଉକ୍ତ ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ୧୯୭୮ ବିଶ୍ବକପର ମ୍ୟାଚରେ ସ୍ପେନ ୧-୦ ଗୋଲରେ, ୧୯୮୨ ବିଶ୍ବକପରେ ମାଲେସିଆ ୪-୨ ଗୋଲରେ, ୧୯୯୮ ବିଶ୍ବକପରେ ​‌େ​‌ସ୍ପନ ୩-୦ ଗୋଲରେ ଓ ୨୦୧୪ ବିଶ୍ବକପରେ ସ୍ପେନ ୫-୨ ଗୋଲରେ ବିଜୟୀ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking