27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶବାର ବର୍ଷ ପରେ ରାଜଧାନୀରେ ରେକର୍ଡ ଭାଙ୍ଗିଲା ଶୀତଲହରି

ବାର ବର୍ଷ ପରେ ରାଜଧାନୀରେ ରେକର୍ଡ ଭାଙ୍ଗିଲା ଶୀତଲହରି

ନୂଆଦିଲ୍ଲୀ : ଦିଲ୍ଲୀରେ ୧୨ ବର୍ଷ ପରେ ସବୁଠାରୁ ଦୀର୍ଘ ସମୟ ଯାଏଁ ଶୀତଲହରି ଜାରି ରହିଛି। ଚଳିତ ବର୍ଷ ଜାନୁଆରୀରେ ଲଗାତାର ୮ ଦିନ ଧରି ତାପମାତ୍ରା ହ୍ରାସ ହେବାରେ ଲାଗିଛି। ବୁଧବାର ସର୍ବନିମ୍ନ ତାପମାତ୍ରା ପାଞ୍ଚ ଡିଗ୍ରୀରୁ କମ୍‌‌ ୨.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୮ ଦିନ ଧରି ଲଗାତାର ଶୀତଲହରି ଜାରି ରହିଛି। ୧୬ ରୁ ୧୮ ଜାନୁଆରୀ ଯାଏଁ ତାପମାତ୍ରା ୩ ଡିଗ୍ରୀ ଯାଏଁ ହ୍ରାସ ହୋଇଛି।
ପଶ୍ଚିମ ପ୍ରଭାବରେ ଗୁରୁବାର ରାତିରୁ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ୨୩ ରୁ ୨୪ ଜାନୁଆରୀ ଯାଏଁ ପୁଣି ଥରେ ହାଲକା ବର୍ଷା ଆରମ୍ଭ ହେବ। ଏହାସହ ୩୦-୪୦ କିଲୋମିଟର ପ୍ରତି ଘଣ୍ଟାରେ ବେଗରେ ପବନ ଲାଗିବ।

ଏହାସହ ଧିରେ ଧିରେ ତାପମାତ୍ରା ବୃଦ୍ଧି ହେବା ଆରମ୍ଭ ହେବ। ୨୪ ଜାନୁଆରୀ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ୨୨ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ପହଞ୍ଚିବାର ସମ୍ଭାବନା ରହିଛି। ଦିଲ୍ଲୀରେ ଲୋଦୀ ରୋଡରେ ସବୁଠାରୁ କମ ୨.୨ ଡିଗ୍ରୀ, ରିଜ୍‌‌ରେ ୨.୩, ଜାଫରପୁର ୨.୯ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଉତ୍ତର ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ଶୀତ ଲହରିରୁ ଧିରେ ଧିରେ ଆଶ୍ୱସ୍ତି ମିଳିବ। ଗୁରୁବାର ଠାରୁ ଶୀତଲହରିର ପ୍ରକୋପ ଧିରେ ଧିରେ ବୃଦ୍ଧି ହେବ। ୧୯ ଜାନୁଆରୀ ଠାରୁ ସର୍ବାଧିକ ତାପମାତ୍ରା ୨୧ ଓ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରହିବା ନେଇ ଅନୁମାନ କରାଯାଉଛି। ସେହିପରି ୨୦ ରୁ ୨୨ ଜାନୁଆରୀ ଯାଏଁ ସକାଳ ସମୟରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି।
ଦିଲ୍ଲୀରେ ୨୦୧୨ରୁ ୨୦୨୩ ଯାଏଁ ଶୀତଲହରି ଚଳିତ ଥର ସବୁଠାରୁ ଅଧିକ ରହିଛି ବୋଲି ଜଣାପଡିଛି। ୫ ଜାନୁଆରୀରେ ସର୍ବନିମ୍ନ ତାପମାତ୍ରା ୩.୦ ଡିଗ୍ରୀ, ୬ରେ ୪ ଡିଗ୍ରୀ, ୭ ଡିଗ୍ରୀ ୨.୨ ଡିଗ୍ରୀ, ୮ ଜାନୁଆରୀରେ ୧.୯ ଡିଗ୍ରୀ,୧୬ ଜାନୁଆରୀରେ ୧.୪ ଡିଗ୍ରୀ, ୧୭ ଜାନୁଆରୀରେ ୨.୪ ଡିଗ୍ରୀ ଓ ୧୮ ଜାନୁଆରୀରେ ୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking