28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଟ୍ୱିଟର ଅଫିସ ର ଭଡା ଦେବାକୁ ଅସମର୍ଥ ଏଲନ୍ ମସ୍କ; ବିକ୍ରି ହେଲା ଏହିସବୁ ସାମଗ୍ରୀ

ଟ୍ୱିଟର ଅଫିସ ର ଭଡା ଦେବାକୁ ଅସମର୍ଥ ଏଲନ୍ ମସ୍କ; ବିକ୍ରି ହେଲା ଏହିସବୁ ସାମଗ୍ରୀ

ନୂଆଦିଲ୍ଲୀ: ଏଲନ୍ ମସ୍କ ଟ୍ୱିଟର କିଣିବା ଦିନଠାରୁ ହିଁ ସେ ଚର୍ଚ୍ଚାରେ ରହି ଆସିଛନ୍ତି । କେତେବେଳେ କର୍ମଚାରୀଙ୍କ ଛଟେଇକୁ ନେଇ ଲୋକଲୋଚନକୁ ଆସିଛନ୍ତି ତ ଆଉ କେତେବେଳେ ଟ୍ୱିଟରର ବିଭିନ୍ନ ନିୟମକୁ ନେଇ ସେ ସମାଲୋଚନା ହୋଇଛନ୍ତି । ତେବେ ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଏଲନ୍ ମସ୍କଙ୍କ ପାଇଁ ଧ୍ୟ ଟ୍ୱିଟର କିଣିବା ଏକ ଲାଭଜନକ ଡିଲ୍ ବୋଲି ପ୍ରମାଣିତ ହୋଇନାହିଁ । କାରଣ ସେ ଟ୍ୱିଟର କିଣିବା ପରଠାରୁ ହିଁ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ସେ ଯେତେବେଳେ ଟ୍ୱିଟର କିଣିଥିଲେ, ସେତେବେଳେ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ । କିନ୍ତୁ ବର୍ତ୍ତମାନ କିଛି ମାସ ମଧ୍ୟରେ ଏଲୋନ୍ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମୁକୁଟ ହରାଇଛନ୍ତି। ମସ୍କ ଟ୍ୱିଟର କାର୍ଯ୍ୟାଳୟ ପାଇଁ ଭଡା ମଧ୍ୟ ଦେଇ ପାରୁନାହାଁନ୍ତି । ଫଳରେ ସେ ତାଙ୍କର ବହୁ ମୂଲ୍ୟବାନ ଜିନିଷ ବିକ୍ରି କରିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଏଲୋନ୍ ମସ୍କ ସାନ ଫ୍ରାନ୍ସିସ୍କୋ ଚ୍ୱିଟର ମୁଖ୍ୟାଳୟର କିଛି ଜିନିଷ ନିଲାମ କରୁଛନ୍ତି । ଏହି ନିଲାମରେ ସୋଫା, ଚେୟାର, ସାଜସଜ୍ଜା ସାମଗ୍ରୀ ଏବଂ ରୋଷେଇ ଉପକରଣ ସହିତ ଟ୍ୱିଟର କାର୍ଯ୍ୟାଳୟର ୬୩୧ ଟି ଆଇଟମ୍ ସାମିଲ ରହିଛି ।ତେବେ ନିଲାମ କରାଯାଉଥିବା ସମ୍ପତ୍ତି ମଧ୍ୟରେ ଟ୍ୱିଟରର ଲୋଗୋ ମଧ୍ୟ ଅଛି ।ହେରିଟେଜ୍ ଗ୍ଲୋବାଲ୍ ପାର୍ଟନର୍ସ ସର୍ଭିସେସ୍ ଅନୁଯାୟୀ, ଏହି ୨୭ ଘଣ୍ଟିଆ ଅନଲାଇନ୍ ନିଲାମରେ ଏହି ଟ୍ୱିଟର ବାର୍ଡ ଷ୍ଟାଚ୍ୟୁ ୧୦୦,୦୦୦ ଡଲାର ଅର୍ଥାତ୍ ୮୧,୨୫,୦୦୦ ଟଙ୍କାରେ ବିକ୍ରି ହୋଇଛି । ଏଥି ସହିତ ଟ୍ୱିଟର ପକ୍ଷୀ ଲୋଗୋ ଆକାରରେ ୧୦ ଫୁଟ ଉଚ୍ଚର ନିନ୍ ଆଲୋକ ୪୦,୦୦୦ ଡଲାରରେ ନିଲାମ କରାଯାଇଛି। ଏହି ନିଲାମରେ ବିଳାସପୂର୍ଣ୍ଣ ସୋଫା, ଲାଉଞ୍ଜ ଚେୟାର ଏବଂ ଲମ୍ବା ସମ୍ମିଳନୀ ଟେବୁଲ ମଧ୍ୟ ରଖାଯାଇଥିଲା । ତେବେ ନିଲାମ ପାଇଁ ଏକ ଏର୍ଗୋନୋମିକ୍ ଡେସ୍କ, ଟିଭି, ସାଇକେଲ ଚାଳିତ ଚାର୍ଜିଂ ଷ୍ଟେସନ୍,ଏବଂ ଏକ “ଅ” ଚିହ୍ନ ଆକାରରେ ଏକ ସାଜସଜ୍ଜା ପ୍ଲାଣ୍ଟର ମଧ୍ୟ ରଖାଯାଇଛି ।

ତେବେ ସାନ ଫ୍ରାନ୍ସିସ୍କୋ ଟ୍ୱିଟର କାର୍ଯ୍ୟାଳୟ ଭଡା ଏଲୋନ୍ ମସ୍କ ଦେଇନାହାଁନ୍ତି । ଯାହାଫଳରେ ବିଲଡିଂର ମାଲିକମାନେ ଭଡା ସଂଗ୍ରହ କରିବାକୁ କୋର୍ଟରେ ପହଞ୍ଚିଛନ୍ତି । ସେହିଭଳି ସିଙ୍ଗାପୁରର ଟ୍ୱିଟରର ଏସିଆ-ପାସିଫିକ୍ କାର୍ୟ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ମଧ୍ୟ ଅଫିସ୍ ଖାଲି କରିବାକୁ କୁହାଯାଇଥିଲା ଏବଂ ସେମାନଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମସ୍କ । ଖର୍ଚ୍ଚ ହ୍ରାସ କରିବା ପାଇଁ ଟ୍ୱିଟର କିଣିବା ପରଠାରୁ, ଏଲୋନ୍ ମସ୍କ ଟ୍ୱିଟରର ଅଧାରୁ ଅଧିକ କର୍ମଚାରୀଙ୍କୁ ବରଖାସ୍ତ ମଧ୍ୟ କରିଛନ୍ତି । ସବୁପରେ ମଧ୍ୟ ଏଲନ୍ ମସ୍କ ଟ୍ୱିଟରର ସମସ୍ତ ଅଫିସ ଭଡା ଦେଇପାରୁ ନାହାଁନ୍ତି । ଏଥିସହିତ ସେ ବର୍ତ୍ତମାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking