ଭୁବନେଶ୍ବର: ପଶ୍ଚିମାଝଡ଼ ପ୍ରଭାବରେ ଆଜି ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଆଦି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଗୁରୁଚାପ ପ୍ରଭାବରେ ଘନ କୁହୁଡ଼ି ସହ ବଢୁଛି ତାପମାତ୍ରା । ସ୍ୱାଭାବିକଠାରୁ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଘନକୁହୁଡ଼ି ଯୋଗୁ ଗତକାଲି ରାତି ଓ ଆଜି ଭୋର୍ ସମୟରେ କଟକ, ପାରାଦୀପ, ଖୋର୍ଦ୍ଧାରେ ଦୃଶ୍ୟମାନ ଦୂରତା ୫୦ ମିଟର ଥିଲା । ନୟାଗଡ଼ରେ ଦୃଶ୍ୟମାନ ଦୂରତା ସର୍ବନିମ୍ନ ୩୦ ମିଟର ଥିଲା ବେଳେ ଚାନ୍ଦବାଲି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଥିଲା ୧୦୦ ମିଟର । ବର୍ଷା ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।