ଅମରାବତୀ: ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଦାଗ । ସମ୍ପର୍କକୁ ଭୁଲି ଯାଇ ଝିଅକୁ ଦୁଷ୍କର୍ମ କଲା ବାପା । ନିଜ ୧୩ ବର୍ଷର ଝିଅକୁ ଦୀର୍ଘ ୩ ବର୍ଷ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ବାପା ବିରୋଧରେ ମାମଲା ରୁଜୁ କଲା ପୋଲିସ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବିଜୟୱାଡାରେ । ଅଭିଯୁକ୍ତ ଜଣଙ୍କ ହେଉଛି ମାଚାଭାରାମ । ସେ ଜଣେ କାର ଡ୍ରାଇଭର ରୂପେ କାମ କରୁଥିବା ବେଳେ ଏକ ଟ୍ରାଭେଲ ଏଜେନ୍ସି ଚଳାନ୍ତି । ଅଭିଯୁକ୍ତଙ୍କର ୨ଟି ଝିଅ ଥିବା ବେଳେ ସେ ତାଙ୍କ ସ୍ତ୍ରୀଙ୍କ ମୋବାଇଲରେ ଦିନେ ବଡ ଝିଅର ନଗ୍ନ ଫଟୋ ଦେଖିଥିଲେ । ଏହାପରେ ଝିଅ ବିଷୟରେ ପତ୍ନୀଙ୍କୁ ପଚାରିଥିଲେ । ଏହାପରେ ସ୍ୱାମୀଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ଦୁଇ ଝିଅଙ୍କୁ ଗତ ୨୦୨୨ରେ ଗାନାଭାରମ ହଷ୍ଟେଲକୁ ପଠାଇଥିଲେ ମହିଳା ଜଣଙ୍କ । ତେବେ ଗତ ୭ ତାରିଖ ଦିନ ଉଭୟ ଛୁଟିରେ ଘରୁ ଆସିଥିଲେ ।
କିନ୍ତୁ ବଡ ଝିଅ ବାପାକୁ ଦେଖି ଦୂରରେ ରହୁଥିବା ଯୋଗୁଁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ବେଲ୍ଟରେ ମାଡ ମାରିଥିଲେ । ଏହାପରେ ଦୁଇ ଝିଅ ପୁଣି ହଷ୍ଟେଲକୁ ଯାଇ ୧୦ ତାରିଖ ଦିନ ଘରକୁ ଫେରି ଆସିଥିଲେ । ସେହିଦିନ ବଡ ଝିଅକୁ ବାଇକରେ ଧରି ଅଭିଯୁକ୍ତ ଜଣଙ୍କ ବ୍ୟାଙ୍କରେ କାମ ଥିବା କହି ସନ୍ଧ୍ୟା ସମୟରେ ବାହାରକୁ ଯାଇଥିଲେ । ଏହାପରେ ରାତିରେ ଝିଅକୁ ଅଭିଯୁକ୍ତ ବାପା ଏକ ବ୍ରିଜ ନିକଟରେ ଦୁଷ୍କର୍ମ କରିଥିଲା । ରାତି ୧୧ଟାରେ ଘରକୁ ଫେରିବା ପରେ ପୀଡିତା ଜଣଙ୍କ ମାଆଙ୍କ ଆଗରେ ସବୁ ସତ କଥା କିଥିଲେ । ନାବାଳିକା ଜଣଙ୍କ କହିଥିଲେ ଯେ, ”ମୋତେ ବାପା ରାମଭାରାପଡୁ ଫ୍ଲାଏ ଓଭର ବ୍ରିଜ ନିକଟ ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ଯେତେବେଳେ ମୁଁ ତାଙ୍କୁ ବିରୋଧ କଲି ସେ ମୋତେ ମାଡ ମାରିଥିଲେ । ଏଥିସହ ଗତ ତିନି ବର୍ଷ ଧରି ସେ ଏପରି ମୋ ସହ କରିଥିବା ମାଆଙ୍କୁ କହିଥିଲା ପୀଡିତା ଜଣଙ୍କ । ” ଏହାପରେ ଅଭିଯୁକ୍ତଙ୍କ ପତ୍ନୀ ଝିଅକୁ ଧରି ନିକଟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ସ୍ୱାମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରାଯାଇଛି ନା ନାହିଁ ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ ।