28.1 C
Bhubaneswar
Sunday, September 29, 2024
Homeଅପରାଧଅଜା-ନାତୁଣୀ ସମ୍ପର୍କରେ କଳଙ୍କ, ରସିକିଆ ଅଜାକୁ ବାନ୍ଧିଲା ପୋଲିସ

ଅଜା-ନାତୁଣୀ ସମ୍ପର୍କରେ କଳଙ୍କ, ରସିକିଆ ଅଜାକୁ ବାନ୍ଧିଲା ପୋଲିସ

ମୟୂରଭଞ୍ଜ: ଅଜା ନାତୁଣୀ ସମ୍ପର୍କରେ କଳଙ୍କ । ସୋସିଆଲ ମିଡିଆରେ ଭାଇରାଲ ହେଲା ଅଜା ନାତୁଣୀଙ୍କ ଅଶ୍ଲୀଳ ଭିଡିଓ । ଥାନାରେ ଅଭିଯୋଗ ପରେ ନାବାଳିକାଙ୍କ ସମ୍ପର୍କୀୟ ଅଜା ଓ ତାଙ୍କ ପତ୍ନୀଙ୍କୁ ଗିରଫ କଲା ପୋଲିସ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ। ଭିଡିଓ ଭାଇରାଲ ପରେ ନାବାଳିକାଙ୍କୁ ଅଜାଙ୍କ ଘରୁ ଉଦ୍ଧାର କରିଛି ପୋଲିସ । ଗିରଫ ହୋଇଥିବା ସମ୍ପର୍କୀୟ ଅଜା ଜଣେ ଶିକ୍ଷକ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଭିଡିଓରେ ଥିବା ନାବାଳିକା ଜଣଙ୍କ ଘର ସୋସ ଅଞ୍ଚଳରେ ହୋଇଥିବା ବେଳେ ମାଆଙ୍କ ମୃତ୍ୟୁ ପରେ ତାଙ୍କ ମାମୁଁ ଗୋପୀନାଥ ବାଙ୍କିରା କାଶିବେଡା ସ୍ଥିତ ନିଜ ଘରକୁ ଆଣିଥିଲେ ।

ଏହାପରେ ଡ଼ଙ୍ଗାପାଣିର ସମ୍ପର୍କୀୟ ଅଜା ତଥା ବଡ଼ମହୁଲଡିହା ସେବାଶ୍ରମ ବିଦ୍ୟାଳୟର ଶିକ୍ଷକ ନିଜର ଝିଅ ନଥିବାରୁ ଉକ୍ତ ନାବାଳିକାଙ୍କୁ ଆଣି ପାଖରେ ରଖିଥିଲେ । ନାବାଳିକା ଜଣଙ୍କ ଅଜାଙ୍କ ପାଖରେ ରହି ପ୍ରଥମରୁ ପାଠ ପଢୁଥିବା ବେଳେ ବର୍ତ୍ତମାନ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି । ଏବେ ଅଚାନକ ଅଜା ନାବାଳିକା ସହିତ ଅଶ୍ଳୀଳ ଆଚରଣ କରୁଥିବା ଭିଡିଓ ସାମ୍ନାକୁ ଆସିଛି । ଏହି ଅଶ୍ଲୀଳ ଆଚରଣ ଭିଡିଓ ଶିକ୍ଷକଙ୍କ ପତ୍ନୀ କରିଥିବା ବେଳେ ସେ ସ୍ୱାମୀଙ୍କୁ ପଠାଉଥିଲେ । କିନ୍ତୁ ତାହା ଭୁଲରେ ଅନ୍ୟ ମାନଙ୍କ ପାଖକୁ ଚାଲି ଯାଇଥିଲା । ଫଳରେ ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଉକ୍ତ ଘଟଣା ସମ୍ପର୍କରେ ଗ୍ରାମବାସୀ ସାଲେଇବେଡା ସରପଞ୍ଚଙ୍କୁ ଜଣାଇବା ପରେ ବୈଠକ ବସି ଏହି ଘଟଣା ନେଇ ପୋଲିସକୁ ଜଣାଇବାକୁ ନିଷ୍ପତ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking