33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଫାଇଜରର ଡବଲ ଡୋଜ୍ ଟିକା ହୋଇପାରେ ବ୍ରେନ୍‌ ଷ୍ଟ୍ରୋକ୍‌ର କାରଣ ! ଆମେରିକା ସ୍ୱାସ୍ଥ୍ୟ ବିଭାଗର...

ଫାଇଜରର ଡବଲ ଡୋଜ୍ ଟିକା ହୋଇପାରେ ବ୍ରେନ୍‌ ଷ୍ଟ୍ରୋକ୍‌ର କାରଣ ! ଆମେରିକା ସ୍ୱାସ୍ଥ୍ୟ ବିଭାଗର ସତର୍କତାବାଣୀ

ନୂଆଦିଲ୍ଲୀଆମେରିକା ଫାର୍ମାସୁଟିକାଲ କମ୍ପାନୀ ଫାଇଜର ଡବଲ ଡୋଜ୍ଟିକା ନେଲେ ବୟସ୍କଙ୍କୁ ହେଉଛି ବ୍ରେନ୍ଷ୍ଟ୍ରୋକ୍‌! ଶୁକ୍ରବାର ଆମେରିକା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ପ୍ରିଭେନସନ(ସିଡିସି) ଏବଂ ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ(ଏଫ୍ଡିଓ) ପକ୍ଷରୁ ଏହି ସୂଚନା ଦିଆଯାଇଛି

ଫାଇଜର ଆଇଏନ୍ସି ଏହାର ଜର୍ମାନ ପାର୍ଟନର୍ବୋୟନଟେକ୍ସର ନୂଆ କୋଭିଡ୍ ଟିକା ବୟସ୍କଙ୍କ ମଧ୍ୟରେ ହେଉଥିବା ବ୍ରେନ୍ ଷ୍ଟ୍ରୋକ୍ କାରଣ ହୋଇପାରେ ବୋଲି ସିଡିସି ଏଫ୍ଡିଓ କହିଛି। ଏଥିସହିତ କୋଭିଡ୍ ଟିକା ବିଷୟରେ ଅପ୍ଡେଟ୍ ରହିବାକୁ ସିଡିସି ଲୋକଙ୍କୁ ପରାମର୍ଶ ଦେଇଛି। ସିଏନ୍ଏନ୍ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ପ୍ରାରମ୍ଭିକ ତଥ୍ୟ ବିଶ୍ଳେଷଣ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ବୋଲି ଆମେରିକା ସ୍ୱାସ୍ଥ୍ୟ ପ୍ରାଧିକରଣ ସୂଚନା ଦେଇଛି

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ସିଡିସି ଭ୍ୟାକ୍ସିନର ତଥ୍ୟ ବିଶ୍ଳେଷଣ କରିଥିଲା। ଏଥିରେ ଫାଇଜର ବାୟୋନଟେକର ଟିକା ନେଲେ ଇସ୍ସ୍କିମିକ ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଛି। ଟିକା ନେବାର ୨୧ ଦିନ ପରେ ଏହି ଆଶଙ୍କା ରହିଛି। ବ୍ରେନ୍ ପାଖକୁ ରକ୍ତ ପହଞ୍ଚାଉଥିବା ଶିରାରେ ବ୍ଲଡ୍ କଟ୍ ହୋଇଗଲେ ବ୍ରେନ୍ ପାଖକୁ ରକ୍ତ ପହଞ୍ଚିପାରେ ନାହିଁ। ଫଳରେ ବ୍ରେନ୍ ଷ୍ଟ୍ରୋକ ହୁଏ। ଏହାକୁ ବ୍ରେନ୍ ଇସ୍ସ୍କିମିଆ ବୋଲି କୁହାଯାଏ। ଫାଇଜର ବାୟନଟେକ୍ ଟିକା ସୁରକ୍ଷିତ ହୋଇ ନପାରେ ବୋଲି ଗବେଷଣା ଜାରି ରହିଛି

ତେବେ ବର୍ତ୍ତମାନର ଏନେଇ ସାମୁହିକ ତଥ୍ୟକୁ ଦେଖାଯାଇଛି। ବିପଦ ବହୁତ କମ ଅଛି ବୋଲି ଜଣାପଡ଼ିଛି। ଏଥିପାଇଁ ପରୀକ୍ଷଣର ଆବଶ୍ୟକତା ରହିଛି। ତେବେ ଏହା ଲୋକଙ୍କୁ ଶେୟାର କରିବା ଉଚିତ୍ ବୋଲି ବିଚାର କରି ଲୋକଙ୍କୁ ଶେୟାର କରାଗଲା ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି

ଏପଟେ ଫାଇଜର ବାୟନଟେକ୍ କମ୍ପାନୀ କହିଛି ଯେ ଟିକାର ଅପ୍ଡେଟ୍ ଡୋଜ୍ ନେବା ପରେ ମାତ୍ର ୬୫ ଲୋକଙ୍କର ବ୍ରେନ୍ ଷ୍ଟ୍ରୋକରେ ମୃତ୍ୟୁ ଘଟିଛି। ତେବେ ଟିକା ନେଇ ଏମାନଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇ ନାହିଁ ବୋଲି କମ୍ପାନୀ କହିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking