ନୂଆଦିଲ୍ଲୀ :ଭାରତ ସରକାର ପିପୁଲ୍ସ ଆଣ୍ଟି ଫାସିଷ୍ଟ୍ ଫ୍ରଣ୍ଟ୍ (ପିଏଏଫ୍ଏଫ୍) ଏହାର ସମସ୍ତ ଗ୍ରୁପ୍କୁ ଆତଙ୍କୀ ସଂଗଠନ ଘୋଷଣା କରିଛନ୍ତି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ଏହି ସୂଚନା ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅବୈଧ ଗତିବିଧି (ନିବାରଣ) ଅଧିନିୟମ ୧୯୬୭ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ କରିଛି । ସେହିପରି ପାକିସ୍ତାନରେ ରହୁଥିବା ଜମ୍ମୁ-କଶ୍ମୀର ନିବାସୀ ଅରବାଜ ଅହମ୍ମଦ ମୀରକୁ ଆତଙ୍କବାଦୀ ଘୋଷଣା କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେ ଲସ୍କର-ଏ-ତୋଏବା ପାଇଁ କାମ କରୁଥିଲା । ଏହା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୁରୁବାର ରାତିରେ ଲସ୍କରର ପ୍ରକ୍ସି ସଂଗଠନ ଟିଆର୍ଏଫ୍ ଉପରେ ବ୍ୟାନ୍ ଲଗାଇଥିଲା । ଏହା ସହିତ ଲସ୍କର ଓ ଟିଆର୍ଏଫ୍ର କମାଣ୍ଡର୍ଙ୍କୁ ଆତଙ୍କବାଦୀ ଘୋଷିତ କରିଥିଲା ।