ଭୁବନେଶ୍ୱର: କେବଳ ସରକାରୀ ଅଫିସର ନୁହେଁ, ଶିକ୍ଷକମାନଙ୍କ ଉପରେ ମଧ୍ୟ ପ୍ରଶାସନ ରଖିଛି କଡା ନଜର । ଦିର୍ଘ ଦିନରୁ ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ବିରୋଧରେ ଏବେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । କୋଜି ଖୋଜି ସମସ୍ତଙ୍କ କୁଣ୍ଡଳୀ ବାହାର କରୁଛି ସ୍ୱତନ୍ତ୍ର ଟିମ୍ । ତେବେ ଏହା ମଧ୍ୟରେ ୯୬ ଜଣ ଶିକ୍ଷକଙ୍କର ପତ୍ତା ମିଳୁନଥିବା ସ୍ପଷ୍ଟ ହୋଇଛି । ଦୀର୍ଘ ଦିନରୁ ଏମାନେ ଅନୁପସ୍ଥିତ ରହୁଥିବା ଦେଖାଯାଇଛି ।
ତେଣୁ ଏହି ଶିକ୍ଷକମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ନେଇ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଖୁଶୀଘ୍ର ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଏହାପୂର୍ବରୁ ୨୪ ଜଣ ଶିକ୍ଷକଙ୍କୁ ବହିଷ୍କାର କରାଯାଇଥିଲା ।