27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶମିଲ୍‌କି ୱେରେ ସର୍ବପ୍ରାଚୀନ ଗ୍ରହ ଅବଶେଷ ଠାବ, ପୃଥିବୀଠାରୁ ୯୦ ଆଲୋକ ବର୍ଷ ଦୂରରେ ଚିହ୍ନଟ

ମିଲ୍‌କି ୱେରେ ସର୍ବପ୍ରାଚୀନ ଗ୍ରହ ଅବଶେଷ ଠାବ, ପୃଥିବୀଠାରୁ ୯୦ ଆଲୋକ ବର୍ଷ ଦୂରରେ ଚିହ୍ନଟ

ନୂଆଦିଲ୍ଲୀ: ୱାର୍ୱିକ୍ବିଶ୍ୱବିଦ୍ୟାଳୟ ନେତୃତ୍ୱରେ ନକ୍ଷତ୍ରବିଜ୍ଞାନୀମାନଙ୍କର ଏକ ଟିମ୍ଆମ ନକ୍ଷତ୍ରପୁଞ୍ଜ ମିଲ୍କି ୱେରେ ସର୍ବପ୍ରାଚୀନ ନକ୍ଷତ୍ର ଆବିଷ୍କାର କରିଥିବା ଦାବି କରିଛନ୍ତି ଗ୍ରହ ପରିକ୍ରମାରୁ ଏହା ଆବର୍ଜନା ଏକତ୍ର କରୁଛି ବୈଜ୍ଞାନିକମାନେ ଏହାକୁ ଆମ ମିଲ୍କି ୱେରେ ଏପର୍ଯ୍ୟନ୍ତ ଆବିଷ୍କୃତ ସର୍ବପ୍ରାଚୀନ ପଥୁରିଆ ବରଫାବୃତ୍ତ ଗ୍ରହମଣ୍ଡଳ ବୋଲି କହିଛନ୍ତି ଏହି ନିଷ୍କ୍ରିୟ ଧଳା କ୍ଷୁଦ୍ର ନକ୍ଷତ୍ର ପୃଥିବୀଠାରୁ ୯୦ ଆଲୋକ ବର୍ଷ ଦୂରରେ ଚିହ୍ନଟ ହୋଇଛି ଏହାର ଘୂର୍ଣ୍ଣାୟମାନ ଗ୍ରହ ମଣ୍ଡଳର ଅବଶେଷ ୧୦ ନିୟୁତ ବର୍ଷରୁ ଅଧିକ ପୁରୁଣା ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ରୟାଲ୍ଆଷ୍ଟ୍ରୋନୋମିକାଲ୍ସୋସାଇଟିରେ ଏହି ଅଧ୍ୟୟନ ପ୍ରକାଶ ପାଇଛି ଆମ ସୂର୍ଯ୍ୟ ଭଳି ଅଧିକାଂଶ ନକ୍ଷତ୍ର ଧୀରେ ଧୀରେ ଧଳା କ୍ଷୁଦ୍ର ନକ୍ଷତ୍ରରେ ରୂପାନ୍ତରିତ ହେବେ ଧଳା କ୍ଷୁଦ୍ର ନକ୍ଷତ୍ର ହେଉଛି ସେହି ନକ୍ଷତ୍ର, ଯାହା ନିଜର ସମସ୍ତ ଶକ୍ତି ବା ଇନ୍ଧନ ଶେଷ କରିଦେଇଛି, ନିଜର ବାହ୍ୟ ପରସ୍ତଗୁଡ଼ିକୁ ହରାଇ ଦେଇଛି ଏବେ ଏହା ସଙ୍କୁଚନ ଶୀତଳନ ପ୍ରକ୍ରିୟା ଦେଇ ଗତିକରୁଛି

ଏହି ପ୍ରକ୍ରିୟାରେ କକ୍ଷପଥରେ ଥିବା ଯେକୌଣସି ଗ୍ରହ ବାଧାପ୍ରାପ୍ତ ହେବ, କିଛି ପରିସ୍ଥିତିରେ ଧ୍ୱଂସ ମଧ୍ୟ ହୋଇଯିବ ସେମାନଙ୍କର ଧ୍ୱଂସାବଶେଷ ଧଳା କ୍ଷୁଦ୍ର ନକ୍ଷତ୍ରର ପୃଷ୍ଠରେ ଜମା ହେବ ଅଧ୍ୟୟନ ପାଇଁ ନକ୍ଷତ୍ରବିଜ୍ଞାନୀମାନେ ଦୁଇଟି ଅସାଧାରଣ ଧଳା କ୍ଷୁଦ୍ର ନକ୍ଷତ୍ରକୁ ମଡେଲ ଭାବେ ନେଇଥିଲେ ଦୁଇଟି ୟୁରୋପୀୟ ମହାକାଶ ଏଜେନ୍ସିର ଜିଏଆଇଏ ସ୍ପେସ୍ଅବ୍ଜର୍ଭେଟୋରୀ ଦ୍ୱାରା ଚିହ୍ନଟ ହୋଇଥିଲା ଗୋଟିଏ ଅସାଧାରଣ ରୂପେ ନୀଳ ଅନ୍ୟଟି ଲାଲ୍ଥିଲା ଉଭୟ ନକ୍ଷତ୍ରର ଅଧିକ ବିଶ୍ଳେଷଣ କରାଯାଇଛି

ଅଧ୍ୟୟନର ମୁଖ୍ୟ ଲେଖକ ଆବିଗେଲ ଏଲ୍ମ୍ସ କହିଛନ୍ତି, ଆମେ ମିଲ୍କି ୱେରେ ସର୍ବପ୍ରାଚୀନ ନକ୍ଷତ୍ରର ଅବଶେଷ ପାଇଛୁ, ଯାହା ଦିନେ ପୃଥିବୀ ଭଳି ଗ୍ରହ ଦ୍ୱାରା ପ୍ରଦୂଷିତ ହୋଇଛି ୧୦ ନିୟୁତ ବର୍ଷ ପୂର୍ବେ ଏହା ହୋଇଥିଲା ସେହି ଗ୍ରହଗୁଡ଼ିକ ପୃଥିବୀର ଉତ୍ପତ୍ତି ପୂର୍ବରୁ ନିଷ୍କ୍ରିୟ ହୋଇଯାଇଥିଲା ଏହି ଅଧ୍ୟୟନ ବ୍ରହ୍ମାଣ୍ଡର ପ୍ରାରମ୍ଭିକ ଇତିହାସରେ ଗ୍ରହାଣୁ ସୃଷ୍ଟି ବିକାଶ, ବରଫାଛନ୍ନ ଚନ୍ଦ୍ର ଏବଂ ପୃଥିବୀ ଭଳି ପଥୁରିଆ ଗ୍ରହ ଉପରେ ଆଲୋକପାତ କରୁଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking