28.1 C
Bhubaneswar
Sunday, September 29, 2024
Homeଓଡିଶାସାଳନ୍ଦୀ ନଦୀ ପୋଲ ତଳକୁ ଖସିଲା ବୋଲେରୋ, ଗୁରୁତର ଅବସ୍ଥାରେ ୪ ଉଦ୍ଧାର

ସାଳନ୍ଦୀ ନଦୀ ପୋଲ ତଳକୁ ଖସିଲା ବୋଲେରୋ, ଗୁରୁତର ଅବସ୍ଥାରେ ୪ ଉଦ୍ଧାର

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ଠାକୁରମୁଣ୍ଡା ବ୍ଲକ ସାଳନ୍ଦୀ ନଦୀର ବୈରାଵ କୁଣ୍ଡକୁ ବଣ ଭୋଜି କରିବାକୁ ଯାଇଥିବା ବେଳେ ପୋଲ ତଳକୁ ଖସିପଡ଼ିଲା ବୋଲେରୋ ।

ସୂଚନା ଅନୁଯାୟୀ ରାତି ପ୍ରାୟ ୮ ଟା ସମୟରେ ଠାକୁରମୁଣ୍ଡାକୁ ଫେରୁଥିବା ବେଳେ ଭୈରବକୁଣ୍ଡ -ବାଗଦଫା ରାସ୍ତାର ସାଳନ୍ଦୀ ନଦୀ ପୋଲ ତଳକୁ ଭାରସାମ୍ୟ ହରାଇ ବୋଲେରୋ ଗାଡ଼ି ପ୍ରାୟ ୩୦ ଫୁଟ ପୋଲ ତଳକୁ ଖସି ପଡିଥିଲା। ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରୁ ବୋଲେରୋରେ ଥିବା ୪ ଜଣ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଭରତ ମହାନ୍ତ,ଫାର୍ମାସିଷ୍ଟ କାଳିଚରଣ ରାଉତ,କୋଭିଡ଼ ଷ୍ଟାଫ କୁନା ମହାନ୍ତ,ଆଟେଣ୍ଡାଣ୍ଟ ଚନ୍ଦନ ମହାନ୍ତଙ୍କୁ ଚିକିତ୍ସା କରାଯାଇଥିଲା।

ଦୁର୍ଘଟଣାରେ କୋଭିଡ ଷ୍ଟାଫ କୁନା ମହାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଗ୍ରସ୍ତ OD01U ୮୮୫୯ ବିଶିଷ୍ଟ ନମ୍ବର ବୋଲେର ଟି ପୋଲ ବାଙ୍କ ରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ଯାଇଥିବାର କୁହାଯାଇଛି। ରାତି ହୋଇଥିବାରୁ ଦୁର୍ଘଟଣା ଗ୍ରସ୍ତ ବୋଲେରୋକୁ ପୋଲ ତଳୁ ଉଦ୍ଧାର କରାଯାଇ ପାରିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking