28.1 C
Bhubaneswar
Sunday, September 29, 2024
Homeଓଡିଶାଶିମିଳିପାଳ କୁମାରୀରେ ତୁଷାରପାତ; ଜାଡ଼ରେ ଥରୁଛି ମୟୂରଭଞ୍ଜ

ଶିମିଳିପାଳ କୁମାରୀରେ ତୁଷାରପାତ; ଜାଡ଼ରେ ଥରୁଛି ମୟୂରଭଞ୍ଜ

କରଞ୍ଜିଆ : କିଛି ଦିନ ହେବ ମୟୁରଭଞ୍ଜ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ପଡୁଛି । ହାଡ଼ଭଙ୍ଗା ଶୀତ ଯୋଗୁଁ ଆଜି ଶିମିଳିପାଳ କୁମାରୀରେ ତୁଷାରପାତ ହେଇଛି । ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି । ସକାଳୁ ଏବଂ ସନ୍ଧ୍ୟା ରେ ରାସ୍ତାଘାଟ ଶୁନଶାନ ହେଇଯାଉଛି । ଆଜି ମୟୁରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାକାମୁଡା ତାପମାତ୍ରା ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ନଅଣା ରେ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସକାଳ ଏବଂ ସନ୍ଧ୍ୟା ରେ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି ଲୋକମାନେ। ମୟୁରଭଞ୍ଜ ଜିଲ୍ଲାରେ କିଛି ଦିନ ହେବ ଶୀତ ସହିତ ପ୍ରବଳ କୁହୁଡି ପଡୁଛି । ପ୍ରବଳ କୁହୁଡି ପଡ଼ିଥିବାରୁ ସକାଳୁ ସକାଳୁ ଗାଡି ଚଳାଇବା କଷ୍ଟ ର ହେଇପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking