19.1 C
Bhubaneswar
Wednesday, November 27, 2024
Homeଦେଶ ବିଦେଶପଶ୍ଚିମବଙ୍ଗ: ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍‌

ପଶ୍ଚିମବଙ୍ଗ: ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍‌

କୋଲ୍‌କାତା : ଚଳିତ ବର୍ଷ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ସରକାର ଜାନୁଆରୀରୁ ଏପ୍ରିଲ୍ ପର୍ଯ୍ୟନ୍ତ ଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ଚିକେନ୍ ଏବଂ ମୌସୁମୀ ଫଳ ଦେବେ । ଏଥିପାଇଁ ସରକାର ୩୭୧ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ଏକ ଅଧିସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ପୁଷ୍ଟି ଯୋଜନା ଅଧୀନରେ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଭାତ, ଆଳୁ, ସୋୟାବିନ୍ ଏବଂ ଅଣ୍ଡା ବ୍ୟତୀତ ଚାରିମାସ ପର୍ଯ୍ୟନ୍ତ ପ୍ରତ୍ୟେକ ସପ୍ତାହରେ ଚିକେନ୍ ଏବଂ ମୌସୁମୀ ଫଳ ଦିଆଯିବ । ଅବଶ୍ୟ ଏହି ବ୍ୟବସ୍ଥା ଏପ୍ରିଲ୍ ପରେ ଜାରି ରହିବାର ସମ୍ଭାବନା ନାହିଁ ବୋଲି ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି । ନ୍ୟୁଜ୍ ଏଜେନ୍ସି ଅନୁସାରେ ପ୍ରତ୍ୟେକ ଛାତ୍ରଙ୍କୁ ଅତିରିକ୍ତ ପୁଷ୍ଟି ପ୍ରଦାନ ପାଇଁ ପ୍ରତି ସପ୍ତାହରେ ୨୦ ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହି ପ୍ରକ୍ରିୟା ୧୬ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ରାଜ୍ୟରେ ସରକାରଙ୍କ ଦ୍ୱାରା ପରିଚାଳିତ ଏବଂ ସହାୟତାପ୍ରାପ୍ତ ସ୍କୁଲରେ ୧.୧୬ କୋଟିରୁ ଊର୍ଦ୍ଧ୍ୱ ଛାତ୍ର ମଧ୍ୟାହ୍ନ ଭୋଜନ ଯୋଜନାର ଲାଭାର୍ଥୀ ରହିଛନ୍ତି । ଏଥିପାଇଁ ହେଉଥିବା ଖର୍ଚ୍ଚର ୬୦ ପ୍ରତିଶତ ରାଜ୍ୟ ସରକାର ଏବଂ ୪୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିଥାନ୍ତି । ଅବଶ୍ୟ ଏହି ନୂଆ ବ୍ୟବସ୍ଥା ପାଇଁ ଖର୍ଚ୍ଚ ହେବାକୁ ଥିବା ୩୭୧ କୋଟି ଟଙ୍କା ରାଜ୍ୟ ସରକାର ହିଁ ବହନ କରିବେ । ସରକାରଙ୍କ ଏହି ପଦକ୍ଷେପକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି । ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି, ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍କୁଲ ଛାତ୍ରଙ୍କୁ ଚିକେନ୍ ପରଷିବା ନିର୍ଣ୍ଣୟ ଟିଏମ୍‌ସି ସରକାରର ହୃଦୟ ପରିବର୍ତ୍ତନ ଉପରେ ପ୍ରଶ୍ନ ଉଠାଇଛି । ଏତେଦିନ ଧରି ଗରିବ ଛାତ୍ରମାନଙ୍କୁ ଏଥିରୁ କାହିଁକି ବଞ୍ଚିତ ରଖାଯାଇଥିଲା । ନିର୍ବାଚନ ପୂର୍ବରୁ ଏହି ନିଷ୍ପତ୍ତି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking