21.1 C
Bhubaneswar
Sunday, November 24, 2024
Homeଓଡିଶାଓଏଲ୍‌ଏକ୍ସରୁ ଦାମୀ ମୋବାଇଲ୍ କିଣି ଫସିଲେ: ୬୨ ହଜାରେ କିଣି ଇନଷ୍ଟାଲମେଣ୍ଟ ଭରିଲେ

ଓଏଲ୍‌ଏକ୍ସରୁ ଦାମୀ ମୋବାଇଲ୍ କିଣି ଫସିଲେ: ୬୨ ହଜାରେ କିଣି ଇନଷ୍ଟାଲମେଣ୍ଟ ଭରିଲେ

ଭୁବନେଶ୍ୱର: ଓଏଲ୍‌ଏକ୍ସରୁ ଦାମୀ ମୋବାଇଲ୍ କିଣି ଜଣେ ଯୁବକ ୬୨ ହଜାର ଟଙ୍କା ଠକାମିରି ଶିକାର ହୋଇଛନ୍ତି । ଠକାମିରି ଶିକାର ହୋଇଥିବା ଜଗନ୍ନାଥ ନଗରର ସତ୍ୟପ୍ରକାଶ ସ୍ୱାଇଁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ କରୁଛି । ସୂଚନା ଅନୁସାରେ, ସତ୍ୟ ପ୍ରକାଶ ଓଏଲ୍‌ଏକ୍ସରେ ଏକ ଦାମୀ ମୋବଇଲ ୬୨ହଜାର ଟଙ୍କାରେ ବିକ୍ରି ହେବା ନେଇ ଏକ ବିଜ୍ଞାପନ ଦେଖିଥିଲେ । ସୁଧିର ଦାଶ ନାମକ ଯୁବକ ଏହି ମୋବାଇଲ୍ ବିକ୍ରି ପାଇଁ ବିଜ୍ଞାପନ ଦେଇଥିଲେ । ତାଙ୍କୁ ସତ୍ୟପ୍ରକାଶ ଯୋଗାଯୋଗ କରିବା ପରେ ୬୨ ହଜାର ଟଙ୍କା ନେବା ପରେ ସୁଧିର ମୋବାଇଲ୍ ଦେଇଥିଲେ । ସତ୍ୟପ୍ରକାଶ ମୋବାଇଲ୍ ନେଇ ବ୍ୟବହାର କରିବାର ଏକ ମାସ ପରେ ତାହା ଲକ୍ ହୋଇଯାଇଥିଲା । ସେ ଏନେଇ ସୁଧିରକୁ ପଚାରିବା ପରେ ଠିକ୍ ହୋଇଯିବ ବୋଲି କହିଥିଲେ । ମୋବାଇଲରେ ୭୯ ହଜାର ଇଏମ୍‌ଆଇ ବାକି ଥିବାରୁ କମ୍ପାନୀ ପକ୍ଷରୁ ମୋବାଇଲ୍‌କୁ ଲକ୍ କରି ଦେଇଥିଲେ । ହେଲେ ସୁଧିରେ ଗୋଟିଏ ମାସ ଚତୁରତାର ସହ ଇଏମ୍‌ଆଇ ଦେବା ପରେ ମୋବାଇଲ୍ ପୂର୍ବଭଳି ଚାଲିଥିଲା । ହେଲେ ପରବର୍ତ୍ତି ମାସରେ ପୁଣି ଲକ୍ ହୋଇଯିବା ପରେ ସତ୍ୟପ୍ରକାଶ ଯାଞ୍ଚ କରିବା ପରେ ମୋବାଇଲ୍ ନାମରେ ଇଏମ୍‌ଆଇ ଥିବା ଜାଣିଥିଲେ । ଏନେଇ ଟଙ୍କା ଫେରାଇ ଦେବାକୁ ସୁଧିରକୁ କହିଥିଲେ ମଧ୍ୟ ସେ ଧରାଛୁଆଁ ଦେଇନଥିଲା । ଶେଷରେ ଠକାମୀର ଶୀକାର ହୋଇଥିବା ନେଇ ସତ୍ୟ ଜାଣିବା ପରେ ମଞ୍ଚେଶ୍ୱର ଥାନରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking