28.1 C
Bhubaneswar
Sunday, September 29, 2024
Homeଅପରାଧବାପାକୁ କୋଦାଳରେ ହାଣି ହତ୍ୟା କଲା ପୁଅ

ବାପାକୁ କୋଦାଳରେ ହାଣି ହତ୍ୟା କଲା ପୁଅ

ମୟୂରଭଞ୍ଜ: ପାରିବାରିକ କଳହ ଭାଙ୍ଗି ଦେଲା ରକ୍ତ ସମ୍ପର୍କ । ପୁଅର କୋଦାଳ ମାଡ଼ରେ ବାପାର ମୃତ୍ୟୁ । ସାମାନ୍ୟ ବଚସାରୁ ବାପାକୁ କୋଦାଳରେ ହାଣି ହତ୍ୟା କଲା ପୁଅ । ଏହାପରେ ଗିରଫ ଭୟରେ ଦୁଇଦିନ ଧରି ନିଜ ଘରେ ବାପାର ମୃତଦେହକୁ ଲୁଚାଇ ରଖିଥିଲା । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ପଳସାଗଡ଼ିଆ ଗାଁରେ ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ପିତୃହନ୍ତା ପୁଅକୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଯଶିପୁର ଓଆଇସି ପଞ୍ଚାନନ ଦାସ । ସୂଚନା ଅନୁଯାୟୀ, ପଳସାଗଡିଆ ଗାଁର ନନ୍ଦକିଶୋର ଗୁଇୟା ଓ ତାଙ୍କ ବଡ଼ ପୁଅ ଈଶ୍ୱର ଗୁଇୟା ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ତେବେ ଘରୋଇ କଳି ଏତେ ଉଗ୍ରରୂପ ନେଇଥିଲା ଯେ, ନିଜ ଉପରେ ନିୟନ୍ତ୍ରଣ ହରାଇ ପାଖରେ ଥିବା ଏକ କୋଦାଳରେ ବାପା ନନ୍ଦକିଶୋରଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା ପୁଅ ଈଶ୍ୱର ।

ଫଳରେ ଘଟଣାସ୍ଥଳରେ ହିଁ ନନ୍ଦକିଶୋରଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଗିରଫ ଭୟରେ ବାପାଙ୍କ ମୃତଦେହକୁ ଘଟଣାସ୍ଥଳରୁ ଉଠାଇ ନେଇ ନିଜ ଘରେ ଲୁଚାଇ ରଖିଦେଇଥିଲା ଅଭିଯୁକ୍ତ ପୁଅ । ଏନେଇ ଖବର ପାଇବା ପରେ ନନ୍ଦକିଶୋରଙ୍କ ସାନପୁଅ ମଙ୍ଗଲ ସିଂ ଗୁଇୟା ମଙ୍ଗଳବାର ସନ୍ଧ୍ୟାରେ ଯଶିପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ । ତେବେ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ବନ୍ଦ ଘରୁ ମୃତଦେହ ଉଦ୍ଧାର କରିଥିଲେ । ଏହା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସି ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ନନ୍ଦକିଶୋରଙ୍କ ମୃତଦେହକୁ ଯଶିପୁର ଥାନା ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି । ସେପଟେ ଯଶିପୁର ଥାନା ପୋଲିସ ଏନେଇ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଈଶ୍ୱରକୁ ଗିରଫ କରିବା ସହ ଥାନାରେ ପଚରାଉଚରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking