28.1 C
Bhubaneswar
Sunday, September 29, 2024
Homeଅପରାଧନିଖୋଜ ବ୍ୟକ୍ତିଙ୍କ ମୃତଦେହ ନଦୀରୁ ଉଦ୍ଧାର

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ନଦୀରୁ ଉଦ୍ଧାର

ମୟୁରଭଞ୍ଜ: ନଦୀ ଭିତରୁ ଜଣେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର। ଉଦ୍ଧାର ବ୍ୟକ୍ତି ଜଣକ ବାରିପଦା ଟାଉନ ଥାନା ଅନ୍ତର୍ଗତ ୨୮ ନମ୍ବର ୱାର୍ଡର ପୂର୍ଣ୍ଣଚନ୍ଦ୍ର ତୁଙ୍ଗ ଙ୍କ ବୋଲି ଜଣାପଡିଛି। ତେବେ ଦୁଇଦିନ ତଳେ ସେ ବାହାରକୁ ଯାଇ ଘରକୁ ନ ଫେରି ନିଖୋଜ ହୋଇଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳି ନଥିଲା। ମାତ୍ର ଆଜି ସକାଳୁ ବାରୁଣୀ ନିକଟସ୍ଥ ବୁଢାବଳଙ୍ଗ ନଦୀରେ ତାଙ୍କ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଓଡ୍ରାଫ ଟିମ ସହ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ ପଠାଇ ଦେଇଛନ୍ତି। ତେବେ ଘଟଣାକୁନେଇ ଟାଉନ ଥାନା ପୋଲିସ ପକ୍ଷରୁ ଅଧିକ ତଦନ୍ତଜାରୀ ରହିଛି। ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ସହ ସେହି ଆଧାରରେ ତଦନ୍ତ ଆଗକୁ ବଢ଼ିବ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking