19.1 C
Bhubaneswar
Monday, November 25, 2024
Homeଓଡିଶାବାରବାଟୀ ପରିଦର୍ଶନ କଲେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା

ବାରବାଟୀ ପରିଦର୍ଶନ କଲେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା

କଟକ : ରୌପ୍ୟ ନଗର କଟକ ସହରରେ ପ୍ରଥମ ଥର ଲାଗି ୨୦୨୩ ବିଶ୍ୱ କପ ହକିର ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜନ ହେବା । ଏଥିଲାଗି ବାରବାଟୀ ଷ୍ଟାଡିୟମକୁ ନୂତନ ରୂପରେଖ ଦିଆଯାଉଛି ଉଦଘାଟନ ଅବ୍ୟାହତ ପୂର୍ବରୁ ଷ୍ଟାଡିୟମର ସମୀକ୍ଷା ଲାଗି ରାଜ୍ୟ କ୍ରୀଡା ସଚିବ ଆର. ଭିନିଲ କ୍ରିଷ୍ଣା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । କାର୍ଯ୍ୟକ୍ରମକୁ କିଭଳି ସୁରୁଖୁରରେ ଶେଷ ହେବା ସହ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ ତାହାର ସମୀକ୍ଷା କରିଥିଲେ । ଦର୍ଶକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଆସୁଥିବା ନାମୀଦାମୀ କଳାକାରଙ୍କ ସୁବିଧା ଲାଗି କଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ମଧ୍ୟ ଆଲୋଚନା କରିଥିଲେ ।

ଏହା ସହିତ ଆନ୍ତର୍ଜାତିକ କାର୍ଯ୍ୟକ୍ରମକୁ ସଫଳ କରାଇବା ଲାଗି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଏହି ପରିଦର୍ଶନ ସମୟରେ କଟକ ମେୟର ସୁବାସ ସିଂହ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ସିଏମସି କମିଶନର ନିଖିଳ ପୱନ କଲ୍ୟାଣ, ଓସିଏ ସମ୍ପାଦକ ସଞ୍ଜୟ ବେହେରା, କଟକ ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ପ୍ରଥମ ପର୍ଯ୍ୟାୟରେ ଶିଖରପୁରଠାରୁ ବିଡାନାସୀ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ରାସ୍ତା ନବୀକରଣ, ମରାମତି, ରଙ୍ଗୀନ ଫୁଟପାଥ ନିର୍ମାଣ, ଡିଭାଇଡର ସୈାନ୍ଦର୍ଯ୍ୟକରଣ ଓ ଆଗନ୍ତୁକଙ୍କ ଉଦ୍ଦେଶ୍ୟରେ ସିମେଣ୍ଟ ବେଞ୍ଚ ବ୍ୟବସ୍ଥା ସହ ଅଧିକ ଖାଲି ଥିବା ସ୍ଥାନରେ ପାର୍କ ତଥା ଚିତ ବିନୋଦନ ପଏଣ୍ଟର ବ୍ୟବସ୍ଥା କରାଯାଉଛି । ଉତ୍ସବର କାର୍ଯ୍ୟକ୍ରମଗୁଡିକ ଯେପରି ଅଧିକ ଆକର୍ଷଣୀୟ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ଷ୍ଟାଡିୟମର ଭିତରପଟେ ନବୀକରଣ କରାଯିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି ।

ବିଶେଷକରି ବିଶ୍ୱ ଦରବାରରେ ପୁଣି ସଂସ୍କୃତି, ପରମ୍ପରା ଓ କଳାକୁ ସ୍ଥାନିତ କରାଯିବା ଲାଗି ବିଶେଷ ଧ୍ୟାନ ଦିଆଯିବ । ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ୱତନ୍ତ୍ର ସାଜସଜ୍ଜା କରାଯିବା ସହ ଆଲୋକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ଦେଶର ଖେଳାଳି ଓ ଦର୍ଶକ ଏହି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଜାନୁଆରି ୧୧ ତାରିଖରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ଆୟୋଜନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ । ଯେଉଁଥିଲାଗି କଟକ ସହର କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିଶ୍ୱକପ-୨୦୨୩ ହକି ଲାଗି କଟକ ଉତ୍ସବ ମୁଖର ହେବାକୁ ଯାଉଛି ଏହାକୁ ଅଧିକ ସରସ ଓ ସୁନ୍ଦର କରିବା ସିଏମସି ଅଣ୍ଟା ଭିଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking